ବ୍ରହ୍ମଗିରି ନାଗା ଛକରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ଡ୍ରାଇଭର ସମେତ ୨ ମୃତ

0
306
Woman Dies In An Road Accident Near Gangapada, Bhubaneswar
Woman Dies In An Road Accident Near Gangapada, Bhubaneswar

ବ୍ରହ୍ମଗିରି: ବ୍ରହ୍ମଗିରି ନାଗା ଛକରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ । ଫଳରେ ଡ୍ରାଇଭର୍ ସମେତ ୨ ଜଣ ମୃତ୍ୟୁବରଣ କରିଥିବା ନେଇ ସୂଚନା ମିଳିଛି । ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ପୁରୀ ସାତପଡ଼ା ଜାତୀୟ ରାଜପଥରେ । ମୃତକ ଦ୍ୱୟ ହେଲେ ଅରଖକୁଦା ମେରାଇନ୍‌ ଥାନା ସହଦେବପୁର ଗାଁର ଧୀରେନ୍ଦ୍ର ପଲାଇ ଓ ଡ୍ରାଇଭର ଭଗବାନପୁର ଗାଁ ର ନବାବ ଖାଁ । ଖବର ପାଇ ବ୍ରହ୍ମଗିରି ଦମକଳ ବାହୀନୀ ପହଞ୍ଚି କାରରୁ ମୃତଦେହ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରେ ପୁରୀ ସଦର ପୋଲିସର ତଦନ୍ତ ଜାରି ।

ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ପୁରୀ ପଟୁ ସାତପଡ଼ା ଅଭିମୁଖେ ନିଜ ଗାଁକୁ ଫେରୁଥିବା ବେଳେ ନାଗା ଛକ ନିକଟରେ ଭାରସାମ୍ୟ ହରାଇ କାରଟି ଗଛରେ ପିଟି ହୋଇଯାଇଛି । କାରଟି ଗଛରେ ଚାପି ହୋଇ ରହିଥିଲା। ଦୁର୍ଘଟଣା ସଂପର୍କରେ ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ଚିଥିଲେ। ସେମାନେ କାର୍‌ର ସମ୍ମୁଖ ଭାଗକୁ କାଟି ଡ୍ରାଇଭରଙ୍କୁ ତା’ ଭିତରୁ ବାହାର କରିଥିଲେ। ଉଭୟଙ୍କୁ ଉଦ୍ଧାର କରି ପୁରୀ ଡାକ୍ତରଖାନା ପଠାଯାଇଥିଲା। ତେବେ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଯାଇଛି।

Also Read  Road Mishap takes two lives in Jharsuguda, Odisha