କଲେଜର ସିନିୟରଙ୍କ ରାଗିଂ ଯୋଗୁଁ ଆତ୍ମହତ୍ୟା କଲେ ରୁଚିକା

0
562
12 hour odisha bandh call to-give-justice-to-ruchika

ଭୁବନେଶ୍ବର: କଲେଜର ସିନିୟରଙ୍କ ରାଗିଂ ଯୋଗୁଁ ଆତ୍ମହତ୍ୟା ଘଟଣାର ନୂଆମୋଡ଼ ନେଇଛି। ରୁଚିକାଙ୍କ ବାପା କଲେଜ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ବରଗଡ଼ ଥାନାରେ ଅଭିଯୋଗ ଆଣିଛନ୍ତି। ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି। କଲେଜରେ ସିନିୟର ଛାତ୍ରୀମାନଙ୍କ ରାଗିଂ ଯୋଗୁଁ ଛାତ୍ରୀ ରୁଚିକା ଆତ୍ମହତ୍ୟା କରିଥିବା ସନ୍ଦେହ ହେଉଛି। କାରଣ ମୃତ୍ୟୁ ପୂର୍ବରୁ ଛାତ୍ରୀ ରୁଚିକା ସୁଇସାଇଡ ନୋଟ୍‌ ସାମ୍ନାକୁ ଆସିଛି। ଛାତ୍ରୀ ନିଜେ ସୁଇସାଇଡ ନୋଟ୍‌ରେ ଆତ୍ମହତ୍ୟାର କାରଣ ଲେଖିଛନ୍ତି।

ଭୁବନେଶ୍ବର: ସ୍ଥାନୀୟ ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ନୂଆମୋଡ଼ ନେଇଛି। ରୁଚିକାଙ୍କ ବାପା କଲେଜ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ବରଗଡ଼ ଥାନାରେ ଅଭିଯୋଗ ଆଣିଛନ୍ତି। ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି। କଲେଜରେ ସିନିୟର ଛାତ୍ରୀମାନଙ୍କ ରାଗିଂ ଯୋଗୁଁ ଛାତ୍ରୀ ରୁଚିକା ଆତ୍ମହତ୍ୟା କରିଥିବା ସନ୍ଦେହ ହେଉଛି। କାରଣ ମୃତ୍ୟୁ ପୂର୍ବରୁ ଛାତ୍ରୀ ରୁଚିକା ସୁଇସାଇଡ ନୋଟ୍‌ ସାମ୍ନାକୁ ଆସିଛି। ଛାତ୍ରୀ ନିଜେ ସୁଇସାଇଡ ନୋଟ୍‌ରେ ଆତ୍ମହତ୍ୟାର କାରଣ ଲେଖିଛନ୍ତି।

ଚିଠିରେ ରୁଚିକା ଆହୁରି ଲେଖିଛନ୍ତି ଯେ, ମୁଁ ଜୀବନରେ ବହୁତ ଥକି ଗଲିଣି । ମୋ ବାପା, ବୋଉ ମୋତେ ଏତେ କଷ୍ଟ କରି ପାଠ ପଢାଇଲେ । ଆମ ଘରର ଲୋକଙ୍କର ମୋ ପାଠପଢା ପାଇଁ ଚଳିବା କଷ୍ଟ । ହେଲେ ହଷ୍ଟେଲରେ ମୋ ସିନିୟର ମୋତେ ବହୁତ କଷ୍ଟ ଦେଲେ। ୩ ଜଣ ସିନିୟର ମୋତେ ମାନସିକ ଭାବେ ନିର୍ଯାତନା ଦେଇଛନ୍ତି। ଆଉ ସହି ପାରିଲିନି କି ଘରେ କହି ପାରିଲିନି । ମୋତେ ମୋ ବାପା, ବୋଉ, ଅଜା, ଆଇ, ମାମୁ, ମାଇଁ ମଉସା, ମାଉସୀ ସମସ୍ତେ ବହୁତ ଭଲ ପାଆନ୍ତି ।

ବହୁତ ଆଶା କରିଥିଲେ କି ମୁଁ କଲେକ୍ଟର ହେବି । ବାପା, ମା ମୋତେ ବହୁତ ପଇସା ଖର୍ଚ୍ଚ କରି ମୋତେ ପାଠ ପଢିବାକୁ ଛାଡିଲେ । ହେଲେ ତାଙ୍କ ପଇସାର କିଛି ମୂଲ୍ୟ ରହିଲା ନାହିଁ। ସୂଚନାଯୋଗ୍ୟ, ବିଜେବି କଲେଜର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତଦେହ ଆଜି ଲେଡିଜ ହଷ୍ଟେଲରୁ ଉଦ୍ଧାର ହୋଇଥିଲା।

Also Read  କନଷ୍ଟେବଳଙ୍କୁ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ମାଫିଆ