ରୁଷକୁ ଝଟକା: ଜାତିସଂଘ ମାନବାଧିକାର ପରିଷଦରୁ ନିଲମ୍ବିତ ହେଲା ରୁଷ

0
465
russia-suspended-from UNHRC over Ukraine crisis

ନୂଆଦିଲ୍ଲୀ: ରୁଷକୁ ବଡ ଝଟକା । ୟୁକ୍ରେନ ବିରୋଧରେ ଯୁଦ୍ଧ ଓ ବୁଚା ନରସଂହାର କରିବା ଋଷକୁ ପଡିଲା ମହଙ୍ଗା । ୟୁକ୍ରେନର ବୁଚା ସହରରେ ରୁଷ ସେନା ଶହଶହ ସାଧାରଣ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିବା ପରେ ଜାତିସଂଘ ମାନବାଧିକାର ପରିଷଦ ମସ୍କୋ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯୁଦ୍ଧଖୋର ଆଭିମୁଖ୍ୟ ଯୋଗୁ ରୁଷକୁ ଜାତିସଂଘ ମାନବାଧିକାର ପରିଷଦରୁ ଗୁରୁବାର ନିଲମ୍ବିତ କରାଯାଇଛି। UNHRCରୁ ଋଷକୁ ହଟାଇବା ପ୍ରସ୍ତାବ ସଂଯୁକ୍ତ ରାଷ୍ଟ୍ର ମହାସଭା (UNGA)ରେ ପାରିତ । ଚଳିତ ଥର ବି ଭୋଟିଂରେ ଅଂଶ ଗ୍ରହଣ କଲାନି ଭାରତ । ଋଷ ବିରୋଧ ପ୍ରସ୍ତାବ ସପକ୍ଷରେ ୯୩ ଭୋଟ ପଡିଥିଲା । ପ୍ରସ୍ତାବ ବିରୋଧରେ ୨୪ ଦେଶ ଭୋଟ ଦେଇଥିବା ବେଳେ ୫୮ ଦେଶ ଭୋଟିଂରେ ଭାଗ ନେଇ ନଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ଚାଇନା ଜାତିସଂଘରେ ଆସିଥିବା ସଂକଳ୍ପ ବିରୋଧରେ ଭୋଟ ଦେଇଛି। ଅର୍ଥାତ ରୁଷକୁ ସମର୍ଥନ କରିଛି। କିନ୍ତୁ ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଭୁଟାନ, ବ୍ରାଜିଲ, ଇଜିପ୍ଟ, ଇଣ୍ଡୋନେସିଆ, ଇରାକ, ମ୍ୟାଲେସିୟା, ମାଲଦ୍ୱୀପ, ନେପାଳ, କତାର ଓ ସାଉଦି ଆରବ ଭଳି ୫୮ଟି ଦେଣ ଭୋଟ ଦେଇନାହାନ୍ତି।

Also Read  Russia Takes Over Zaporizhzhia Nuclear Power Plant