ବଜ୍ରକାପ୍ତା ପାଇଁ ଡ଼ିଲ ଚାଲିଥିବାବେଳେ ମାଡିବସିଲା STF ଟିମ, ୨ ବେପାରୀ ଗିରଫ

0
520
stf-seized-pangolin from balangir two arrested

ବଲାଙ୍ଗୀର: STF କବ୍‌ଜାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ। ଦୁଇ ଜଣ ବେପାରୀ ଗିରଫ। ତାଙ୍କଠାରୁ ୧୧ କେଜିର ଜୀବନ୍ତ ବଜ୍ରକାପ୍ତା ଜବତ ହୋଇଛି। ଏସଟିଏଫ୍ ଓ ବଲାଙ୍ଗୀର ବନ ବିଭାଗର ମିଳିତ ଚଢ଼ାଉରେ ଏହି ୨ ଜଣ ଜଙ୍ଗଲୀ ତସ୍କରଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଦୁଇ ଜଣ ବେପାରୀଙ୍କ ନାମ ହେଉଛି ହେମାସାଗର ମହାନନ୍ଦ ଓ ଲକ୍ଷ୍ମୀଧର ନାଇକ । ତେବେ ଜବତ ହୋଇଥିବା ବଜ୍ରକାପ୍ତାକୁ ବଲାଙ୍ଗୀର ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି । ବଲାଙ୍ଗୀର ତୁଷୁରା ଅଇଁଠାପାଲିରେ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ଟିମ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛନ୍ତି।

Also Read  ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ପାଇଁ ଆଜିଠୁ ମିଳିବ ଆଡମିଟ୍‌ କାର୍ଡ, ସକାଳ ୧୦ଟାରୁ ବୋର୍ଡ ୱେବସାଇଟ୍‌ରେ ହେବ ଉପଲବ୍ଧ