ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କୁ ହତ୍ୟା ଅଭିଯୋଗ, ହୋଟେଲ ରୁମ୍‌ ବାହାରେ ପଡିଛି ରକ୍ତଛିଟା

0
364
Boy Friend Murders An Odia Girl In Surat For Pressurizing Marriage
Boy Friend Murders An Odia Girl In Surat For Pressurizing Marriage

ପୁରୀ: ପୁରୀ ସମୁଦ୍ରକୂଳ ଅଞ୍ଚଳରେ ଥିବା ଏକ ହୋଟେଲରେ ପର୍ଯ୍ୟଟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ପର୍ଯ୍ୟଟକ ଜଣକ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ପ୍ରେମ ଓରଫ ଚୟନ ସରକାର ବୋଲି ଜଣାପଡିଛି। ଡିପ୍ ରିଷୋର୍ଟ ହୋଟେଲରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ରୁମ୍‌ ବାହାରେ ପଡିଥିବା ରକ୍ତ ଛିଟା ଦେଖିବାକୁ ପାଇଛି। ସହଯୋଗୀମାନେ ହତ୍ୟା କରି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। ସମୁଦ୍ରକୂଳ ଥାନା ପୋଲିସ ପକ୍ଷରୁ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ସୂଚନା ଅନୁସାରେ, ଗତ ୬ ତାରିଖ ଦିନ ୫ ଜଣ ବନ୍ଧୁଙ୍କ ସହ ପ୍ରେମ ପୁରୀ ବୁଲିବାକୁ ଆସି ଏକ ହୋଟେଲରେ ରହିଥିଲେ। ଗତକାଲି ଅପରାହ୍ନରେ ହୋଟେଲ ରେଲିଂ ପାର୍ଶ୍ୱରୁ ତଳକୁ ଖସିପଡିଥିଲେ। ତାଙ୍କୁ ପ୍ରଥମେ ପୁରୀ ଓ ପରେ ଭୁବନେଶ୍ୱର ସ୍ଥିତ ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକ ଆସି ପହଁଞ୍ଚିଛନ୍ତି। ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଥାନାରେ ଏତଲା ଦେଇଛନ୍ତି। ହୋଟେଲରେ ଅତିରିକ୍ତ ଏସ୍‌ପି ଓ ସାଇଣ୍ଟିଫିକ ଟିମ୍‌ ପହଁଞ୍ଚି ତଦନ୍ତ ଜାରି ରଖିଛନ୍ତି।

Also Read  Cost Accounting student found hanging from rooftop in Odisha capital