ଚୀନ: ଚୀନରେ ପରିସ୍ଥିତି ପୁଣି ଜଟିଳ ହେବାରେ ଲାଗିଛି । ହଟସ୍ପଟ ପାଲଟିଛି ସାଂଘାଇ ସହର । ସାଙ୍ଘାଇରେ ପରିସ୍ଥିତି ଯେପରି ଅଣାୟତ୍ତ ହୋଇପଡିଛି । ବଢୁଛି କରୋନାର ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ ସ୍ଥିତି ବିଗିଡୁଛି । ଚୀନର ସବୁଠୁ ବଡ଼ ବ୍ୟବସାୟିକ ପେଣ୍ଠସ୍ଥଳୀ ସାଂଘାଇ ସହରରେ ସଂକ୍ରମଣ ଶୀର୍ଷ ଛୁଇଁଛି । ଏଠାରେ ପ୍ରତିଦିନ କରୋନାର ୨୦ ହଜାର ପଜିଟିଭ ମାମଲା ସାମ୍ନାକୁ ଆସୁଛି ।
କିଛି ବଡ ସହରରେ ଲକଡାଉନ୍ ଜାରି କରିବା ସତ୍ତେ୍ୱ କରୋନାର ପୁଣିଥରେ ରେକର୍ଡ ସ୍ତର ଛୁଇଁଛି । ଚୀନର ସର୍ବାଧିକ ଲୋକସଂଖ୍ୟା ବିଶିଷ୍ଟ ତଥା ମୁଖ୍ୟ ବାଣିଜ୍ୟିକ ପେଣ୍ଠସ୍ଥଳୀ ଭାବେ ଜଣାଯାଉଥିବା ସାଙ୍ଘାଇ ସହରରେ ପରିସ୍ଥିତି ଚିନ୍ତାଜନକ ହୋଇପଡିଛି । ଭ୍ୟାକ୍ସିନେସନ୍ ଓ ଟେଷ୍ଟିଙ୍ଗ ସତ୍ତ୍ୱେ ଏଠାରୁ ଦିନ ପ୍ରତିଦିନ ୨୦ ହଜାର ପଜିଟିଭ୍ ମାମଲା ସାମନା ଆସୁଛି । ଅଧିକ କେସ୍ ଲକ୍ଷଣହୀନ ଥିବାରୁ ସ୍ଥିତି ଅଧିକ ଚିନ୍ତାଜନକ ହୋଇଛି ।
ସାଂଘାଇ ହସ୍ପିଟାଲରେ ମିଲିଟାରୀ ଡାକ୍ତର ନିଯୁକ୍ତ ହୋଇଛନ୍ତି । ସ୍ଥିତି ନିୟନ୍ତ୍ରଣ କରିବାକୁ ଚୀନ ସରକାର ସାଂଘାଇ ସହରରେ ତିନି ଥର ସାମୂହିକ କୋଭିଡ୍ ଟେଷ୍ଟ କରାଇଥିଲେ ବି ଭୂତାଣୁକୁ କାବୁ କରାଯାଇପାରିନାହିଁ । ବୁଧବାର ଜାରି ହୋଇଥିବା ରିପୋର୍ଟ ମୁତାବକ, ଏହିଦିନ କେବଳ ସାଙ୍ଘାଇରୁ ୧୯,୬୬୦ ପଜିଟିଭ ମାମଲା ଆସିଛି । ଏହା ବ୍ୟତୀତ ୨୧, ୭୮୪ ଜଣଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥାଇ ମଧ୍ୟ ଏମାନଙ୍କର ପଜିଟିଭ୍ କେସ୍ ଥିବା ଜଣାପଡିଛି ।