ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଶାହବାଜ ସରିଫ

0
429
shehbaz-sharif-likely-to-be-next-pakistan-pm

ଇମ୍ରାନଙ୍କୁ ହଟାଯିବା ପରେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ହୋଇପାରନ୍ତି । ଆସନ୍ତକାଲି ଏନେଇ ଭୋଟିଂ ହେବ । ଏହା ପୂର୍ବରୁ ଇମ୍ରାନଙ୍କୁ ବଡ଼ ବାର୍ତ୍ତା ଦେଇଛନ୍ତି ଶାହବାଜ । ଆମେ କାହାରିଠାରୁ ପ୍ରତିଶୋଧ ନେବୁ ନାହିଁ, କାହା ପ୍ରତି ଅନ୍ୟାୟ କରିବୁ ନାହିଁ । କାହାରିକୁ ଜେଲରେ ରଖିବୁ ନାହିଁ । ଇମ୍ରାନ୍‌ ଖାଁଙ୍କ ସରକାର ପତନ ପାଇଁ ‘ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌’ (ନୱାଜ୍‌) ପାର୍ଟିର ଶରିଫ୍‌ ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ। ତାଙ୍କୁ ହିଁ ବିରୋଧୀମାନେ ପ୍ରଧାନମନ୍ତ୍ରୀ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ଚିହ୍ନଟ କରିଛନ୍ତି।

ଆଇନ ତା ବାଟରେ ଯିବ ବୋଲି କହିଛନ୍ତି ଶାହବାଜ ସରିଫ । ପାକିସ୍ତାନ ମୁସଲିମ ଲିଗ୍‌ ନଓ୍ଵାଜ୍‌ PML-Nର ନେତା ହେଉଛନ୍ତି ଶାହବାଜ । ଶାହବାଜ ସରିଫ ୨୦୧୮ ଅଗଷ୍ଟ ୧୩ରୁ ନ୍ୟାସନାଲ ଆସେମ୍ବଲିର ସଦସ୍ୟ ଅଛନ୍ତି । ସେ ବିରୋଧୀ ଦଳ ନେତା ମଧ୍ୟ ଅଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କ ଭାଇ ହେଉଛନ୍ତି ଶାହବାଜ ।

Also Read  20 YouTube Channels, 2 websites blocked for spreading anti-India propaganda