ଦୀର୍ଘ ଦୁଇ ବର୍ଷ ପରେ ଆଜି ଗଡ଼ିଲା ସମ୍ବଲପୁର-ପୁରୀ ଇଣ୍ଟରସିଟି

0
417
puri-sanbalpur-intersity

ସମ୍ବଲପୁର: ଦୀର୍ଘ ଦୁଇ ବର୍ଷ ପରେ ଆଜି ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ ସମ୍ବଲପୁର ମୁଖ୍ୟ ଷ୍ଟେସନରୁ ଛାଡିଛି। କୋଭିଡ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ଏହି ଟ୍ରେନଟି ବନ୍ଦ ରହିଥିଲା। ଦିଲ୍ଲୀ ଠାରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସମ୍ବଲପୁର ସାଂସଦ ଏବଂ ବିଧାୟକ ସାକ୍ଷାତ କରିବା ପରେ ରାମ ନବମୀ ଦିନ ଏହି ଟ୍ରେନ ଚାଲିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଆଜି ଏହି ଟ୍ରେନଟି ସମ୍ବଲପୁର ଷ୍ଟେସନ ଛାଡିଥିଲା। ପ୍ରଥମ ଦିନରେ ଅନେକ ଯାତ୍ରୀ ଭୁବନେଶ୍ୱର ତଥା ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି।

ଏହି ଟ୍ରେନ୍ ସମ୍ବଲପୁର ଓ ପୁରୀ ମଧ୍ୟରେ ଉଭୟ ପାର୍ଶ୍ୱରୁ ଜୁଜୋମୁରା, ରେଢ଼ାଖୋଲ, ବାମୁର, ବଇଣ୍ଡା, ଜରପଡା, ଅନୁଗୁଳ, ତାଳଚେର ରୋଡ୍, ମେରାମଣ୍ଡଳୀ, ଢ଼େଙ୍କାନାଳ, ନରାଜ ମାର୍ଥାପୁର, ମଞ୍ଚେଶ୍ୱର, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବା ବେଳେ ଏହାର ଗଠନରେ ଦୁଇଟି ଏସି ଚେୟାର କାର, ପାଞ୍ଚଟି ଦ୍ଵିତୀୟ ଶ୍ରେଣୀ ଚେୟାର କାର, ପାଞ୍ଚଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି |

ଏହି ଟ୍ରେନ୍ ପୁଣି ଚାଲିଥିବାରୁ ଯାତ୍ରୀମାନେ ଖୁସି ଅଛନ୍ତି। ସେମାନେ କହିଛନ୍ତି, କୋଭିଡ୍ ଯୋଗୁଁ ପ୍ରାୟ ୨ ବର୍ଷ ହେଲାଣି ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ୍ ବନ୍ଦ ହୋଇଯାଇଥିଲା। ବହୁତ ଦିନ ପୂର୍ବରୁ ଏହି ଟ୍ରେନ୍‌କୁ ପୁଣି ଚଳାଇବାର ଥିଲା। ବିଳମ୍ବ ହେଲେ ବି ଆଜିଠୁ ପୁଣି ଏହି ଟ୍ରେନ୍ ଗଡ଼ିଥିବାରୁ ସମସ୍ତେ ଖୁସି ଅଛନ୍ତି। ସମ୍ବଲପୁରରୁ ଭୁବନେଶ୍ୱର ଓ ପୁରୀ ଯାଉଥିବା ଲୋକଙ୍କ ପାଇଁ ଏହି ଟ୍ରେନ୍ ଏକ ସୁବିଧା ମାଧ୍ୟମ। ଏଥିରେ ଗଲେ ବସ୍ ଅପେକ୍ଷା କମ୍ ଖର୍ଚ୍ଚ ମଧ୍ୟ ହେଉଛି।

Also Read  ସବୁଠି ବିରୋଧ, ରାଜ୍ୟ ସରକାରଙ୍କୁ ସୁରକ୍ଷା ମାଗିଲେ ସାଂସଦ ଅପରାଜିତା ଷଡଙ୍ଗୀ