ୟୁକ୍ରେନ୍‌ ଉପରେ ରୁଷ୍‌ର ଜୋରଦାର ସାଇବର ଆଟାକ୍‌

0
242
cyber lootera loots 33 thousand rupees from a woman

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ଥିବା ଯୁଦ୍ଧକୁ ଇତି ମଧ୍ୟରେ ୨ ମାସ ପୂରିସାରିଲାଣି। କିନ୍ତୁ ଯୁଦ୍ଧ ଥମିବାର ନାଁ ଧରୁନି। ଏହି ଯୁଦ୍ଧ ଏବେ ଆଉ ଗୁଳି ଗୋଳା, ମିସାଇଲରେ ହିଁ ଅଟକି ନାହିଁ। ବରଂ ୟୁକ୍ରେନ୍‌ ଉପରେ ଏବେ ସାଇବର ଆଟାକ୍‌ ବି କଲାଣି ରୁଷ୍‌। ଯୁଦ୍ଧ ମଧ୍ୟରେ ରୁଷ୍‌ର କିଛି ହ୍ୟାକର ସାଇବର ଆଟାକ୍‌ କରି ୟୁକ୍ରେନ୍‌କୁ ଦୁର୍ବଳ କରି ଦେଇଛନ୍ତି। ବୁଧବାର ଜାରି ଏକ ରିପୋର୍ଟରେ କୁହାଯାଇଛି ଯେ ରୁଷ୍‌ ସରକାରଙ୍କୁ ସମର୍ଥନ କରୁଥିବା ହ୍ୟାକର ଗତ କିଛି ଦିନ ହେଲା ୟୁକ୍ରେନ୍‌ର ଡଜନେରୁ ଊର୍ଦ୍ଧ୍ୱ ସଂସ୍ଥା ଉପରେ ସାଇବର ଆକ୍ରମଣ କରି ସମସ୍ତ ଡାଟା ନଷ୍ଟ କରି ଦେଇଛନ୍ତି।

ରିପୋର୍ଟରେ କୁହାଯାଇଛି, ୟୁକ୍ରେନ୍‌ର ଡାଟାକୁ ନଷ୍ଟ କରିବା ପାଇଁ ରୁଷ୍‌ର ହ୍ୟାକରମାନେ ଏହି ଯୋଜନା ୨୦୨୧ ମସିହାରୁ ହିଁ କରିଥିଲେ। ଏବେ ଏହାକୁ କାର୍ଯ୍ୟକାରୀ କରିଛନ୍ତି। ୨୦୨୧ ମାର୍ଚ୍ଚ ମାସରୁ ରୁଷ୍‌ର ବଡ଼ ବଡ଼ ହ୍ୟାକର ସଂସ୍ଥା ଏହା ଉପରେ କାମ କରୁଥିଲେ। ସେମାନେ ୟୁକ୍ରେନ୍‌ର ନେଟ୍‌ଓ୍ଵାର୍କକୁ ହ୍ୟାକ୍‌ କରି ରଣନୀତି ଓ ଯୁଦ୍ଧ ଭୂମିର ଭିତିରି ସୂଚନାକୁ ହାତେଇବାକୁ ଯୋଜନା କରିଥିଲେ । ଏବେ ଏହାକୁ ସଫଳ କରାଇଛନ୍ତି। ଏହି ବଡ଼ ଧରଣର ସାଇବର ଆଟାକ୍‌ ପରେ ୟୁକ୍ରେନ୍‌ର ଅନେକ ଜରୁରୀ ତଥ୍ୟ ରୁଷ୍‌ ହାତକୁ ଚାଲିଯାଇଛି। ଆଗକୁ ୟୁକ୍ରେନ୍‌ ଯୁଦ୍ଧ ପାଇଁ କି ରଣ କୌଶଳ ଆପଣାଇବ ସେ ନେଇ ରୁଷ୍‌ ଆଗୁଆ ସୂଚନା ପାଇ ଯାଇଛି, ଯାହା ଏବେ ୟୁକ୍ରେନ୍‌ ପାଇଁ ସମସ୍ୟା ସୃଷ୍ଟି କରିପାରେ।

ଏଥିସହ ହ୍ୟାକରମାନେ ନାଗରିକଙ୍କ ବିଶ୍ୱସନୀୟ ସୂଚନା ଓ ଗୁରୁତ୍ୱପୂର୍ଣ୍ଣ ସେବା ଯାଏଁ ପହଞ୍ଚିବାରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ରିପୋର୍ଟରେ କୁହାଯାଇଛି। ଯୁଦ୍ଧ ବେଳେ ୟୁକ୍ରେନ୍‌ ପୀଡ଼ିତଙ୍କ ପାଖରେ ଯେମିତି ସରକାରୀ ସହାୟତା ନ ପହଞ୍ଚିବ ସେଥିପାଇଁ ସବୁ ବାଟକୁ ବନ୍ଦ କରି ଦେଇଛି ରୁଷ୍‌। ସାଇବର ଆଟାକ୍‌ କରି ସେ ସମ୍ପର୍କିତ ଡାଟାକୁ ବି ଡିଲିଟ୍‌ କରି ଦେଇଛନ୍ତି ରୁଷ୍‌ର ହ୍ୟାକର। ଫଳରେ ସାଧାରଣ ଲୋକ ବି ଏବେ ହଇରାଣ ହେବେ।

Also Read  6200 Indians Return From Ukraine By Special Civilian Flights

LEAVE A REPLY

Please enter your comment!
Please enter your name here