କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନଙ୍କୁ କ୍ଲିନ୍‌ଚିଟ୍‌

0
392
aryan-khan-moves-court-seeking-to-return-his-passport

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଡ୍ରଗ୍ସ କେସ୍‌ରେ ଫସିଥିବା ଆର୍ଯ୍ୟନଙ୍କୁ ଶେଷରେ ଏନସିବି କ୍ଲିନଚିଟ୍‌ ଦେଇଛି। ଏନସିବି ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟରେ ଆର୍ୟନ ଖାନଙ୍କ ନାମ ନାହିଁ | ଏହି ମାମଲାରେ କେବଳ ୧୪ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି । ପ୍ରମାଣ ଅଭାବରୁ ଆର୍ୟନଙ୍କ ସମେତ ୬ ଜଣଙ୍କୁ ମୁକ୍ତ କରାଯାଇଛି। ତ ଅକ୍ଟୋବର ମାସରେ ଡ୍ରଗ୍ସ ମାମଲାରେ ତାଙ୍କ ନାମ ସାମ୍ନାକୁ ଆସିଥିଲା। ଅନେକ ଡ୍ରାମା ପରେ ତାଙ୍କୁ ଅ‌କ୍ଟୋବର ୨୮ ତାରିଖରେ ଜାମିନ୍‌ ପ୍ରଦାନ କରାଯାଇଥିଲା।

ଆମେ କହିରଖୁ କି, ଗତ ବର୍ଷ ନଭେମ୍ବରରେ ଏନସିବି ଏକ ବିଳାସପୂର୍ଣ୍ଣ ଜାହାଜରେ ଚଢ଼ାଉ କରି ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସମେତ ମୋଟ ୨୦ ଜଣଙ୍କୁ ଗିରଫ କରିଥିଲା । ପ୍ରାୟ ଏକମାସ ଜେଲରେ ରହିବା ପରେ ଆର୍ୟନ ଜାମିନରେ ମୁକୁଳି ଥିଲେ। ଏହି ମାମଲାରେ ଲାଞ୍ଚ କାରବାର ଅଭିଯୋଗ ହେବା ପରେ ଏନସିବିର ତତ୍କାଳୀନ ଜୋନାଲ ମୁଖ୍ୟ ସମୀର ୱାଙ୍ଖେଡେଙ୍କୁ ମଧ୍ୟ ତାଙ୍କ ପଦରୁ ହଟାଇ ଦିଆଯାଇଥିଲା ।

Also Read  Sanjay Singh, Odisha Cadre IPS, to investigate six drug cases including of Aryan Khan