ଡକାୟତି କରି ଦଣ୍ଡବତ; ଘରେ ପଶି ୧୫ ଲକ୍ଷ ଟଙ୍କାର ଗହଣା ଲୁଟି ବୃଦ୍ଧାଙ୍କୁ ମୁଣ୍ଡିଆ ମାରିଲେ ଦୁର୍ବୁତ୍ତ

0
275
salute after stole Rs 15 lakh worth of jewelery in bhubaneswar

ଭୁବନେଶ୍ୱର: ଘରେ ପଶି ଡକାୟତି କରିବା ପରେ ଦଣ୍ଡବତ ହେଲେ ଡକାୟତ । ଧଉଳି ଥାନା ନୂଆଗାଁର ବଳରାମ ବିହାରରେ ଘଟିଛି ଘଟଣା । ରାଜଧାନୀ ଭୁବନେଶ୍ୱରରେ ଘରେ ପଶି ଡକାୟତି କରିବା ପରେ ପରେ ମୁଣ୍ଡିଆ ମାରିଲେ ଲୁଟେରା । ୧୫ ଲକ୍ଷ ଟଙ୍କା ଗହଣା ଲୁଟି ନେଇଛନ୍ତି ଡକାୟତ ଦଳ । ଡକାୟତି କରି ଫେରାର ହେଉଥିବା ବେଳେ ସିସିଟିଭିରେ କଏଦ ହୋଇଛି ଦୃଶ୍ୟ ।

ଦୁଇ ଦିନ ତଳେ ଝରକା ତାଡି ଘର ଭିତରକୁ ପଶିଥିଲେ ଲୁଟେରା, ୮୨ ବର୍ଷର ଜଣେ ମହିଳା ଓ ବୟସ୍କଙ୍କୁ ଛୁରୀ ଦେଖାଇଥିଲେ । ଭୟଭୀତ ହୋଇ ବୃଦ୍ଧା ସୁନା ଗହଣା ଦେଇ ଦେଇଥିଲେ । ଡକାୟତି ପରେ ଲୁଟେରାଙ୍କ ଭିନ୍ନ ଏକ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ଘରେ ଥିବା ବୃଦ୍ଧାଙ୍କୁ ମୁଣ୍ଡିଆ ମାରି ଫେରାର ହୋଇଯାଇଥିଲେ ଲୁଟେରା । ଘଟଣାରେ ଧଉଳି ଥାନା ପୋଲିସ ତଦନ୍ତ ଜାରି ରଖିଛି । 5 ଜଣ ହିନ୍ଦୀ ଭାଷାଭାସି ଲୋକ ଆସି ଲୁଟ କରିଥିବା ଜଣାପଡ଼ିଛି । ସିସିଟିଭି ଯାଞ୍ଚ କରାଯାଇ ତଦନ୍ତ କରାଯାଉଛି ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ।

Also Read  CABI submits proposal to the Union Minister Shri. Dharmendra Pradhan for Financial Aid towards organizing the T20 World Cup Cricket for the Blind, 2017.

LEAVE A REPLY

Please enter your comment!
Please enter your name here