ସେଲ୍ଫି ହେଲା କାଳ; ବେଳାଭୂମିରେ ସେଲଫି ନେବା ବେଳେ ଭାସିଗଲେ ପର୍ଯ୍ୟଟକ, ଅଳ୍ପକେ ବଞ୍ଚିଲା ଜୀବନ

0
465
young-boy-drowning-in-digha-sea-beach while-taking-selfie

ଜଳେଶ୍ବର: ସେଲ୍ଫି ହେଲା କାଳ। ବେଳାଭୂମିରେ ସେଲ୍ଫି ନେବା ସମୟରେ ସମୂଦ୍ରରେ ଭାସିଗଲେ ପର୍ଯ୍ୟଟକ । ଜୀବନଙ୍କୁ ବାଜି ଲଗାଇ ସମୁଦ୍ର ଭିତରୁ ଯୁବକଙ୍କୁ ଉଦ୍ଧାର କଲେ ସିଭିଲ ଡିଫେନ୍ସ କର୍ମଚାରୀ । ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ସମୂଦ୍ରର ଏକ ନମ୍ବର ଘାଟରେ ଗାଧୋଇବା ବେଳେ ଜଣେ ପର୍ଯ୍ୟଟକ ସେଲ୍ଫୀ ନେବା ସମୟରେ ଭାସି ଯାଇ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ଦୀଘା ପୋଲିସକୁ ଖବର ଦେବା ପରେ ପୋଲିସ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର କର୍ମଚାରୀ ମାନେ ପହଞ୍ଚି ନିଜ ଜୀବନକୁ ବାଜି ଲଗାଇ ଭାସି ଯାଉଥିବା ଯୁବକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି। ପରେ ଦୀଘା ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଚିକିତ୍ସା ପରେ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି । ଯୁବକଙ୍କ ଘର ପଶ୍ଚିମବଙ୍ଗ ପରଗାନା ହବ୍ରା ଥାନା ଅନ୍ତର୍ଗତ କାଲିନା ଗାଁରେ ।

ସୂଚନା ଅନୁଯାୟୀ ଆଜି ପଶ୍ଚିମବଙ୍ଗରୁ ୧୦ ଜଣ ସାଙ୍ଗ ଦୀଘା ବେଳାଭୂମିକୁ ବୁଲିବା ପାଇଁ ଆସିଥିଲେ। ଆଜି ଅପରାହ୍ନରେ ଗାଧୋଇବା ସମୟରେ ସାଙ୍ଗ ମାନେ ପରସ୍ପର ମଧ୍ୟରେ ସେଲ୍ଫି ନେଉଥିଲା। ଏହି ସମୟରେ ଅସାବଧାନତା ବଶତଃ ଜଣକ ଗୋଡ ଖସି ଯାଇଥିଲା। ଅନ୍ଯ ପର୍ଯ୍ଯଟକ ମାନେ ତୁରନ୍ତ ପୋଲିସକୁ ଖବର ଦେବା ପରେ ଯୁବକ ଜଣକ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ।

Also Read  Cong leader for integration of Odisha districts into new railway division