ଅଫିସରେ ଦୈନିକ ଅଧା ଘଣ୍ଟା ଶୋଇବେ କର୍ମଚାରୀ ! ଜାଣନ୍ତୁ କେଉଁ କମ୍ପାନୀ କଲା ଏହି ଘୋଷଣା…

0
369
employees-will-beallowed-to-sleep-for-30-minutes-daily-in-office

ବେଙ୍ଗାଲୁରୁ: ଅଫିସରେ ଦିନକୁ ୩୦ ମିନିଟ୍‌ ଶୋଇପାରିବେ କର୍ମଚାରୀ । ନିଆରା ପଦକ୍ଷେପ ଗ୍ରହଣ କରିବାକୁ ଯାଇ ଏକ କମ୍ପାନୀ ଷ୍ଟାଫ୍‌ମାନଙ୍କୁ ଡ୍ୟୁଟି ସମୟରେ କିଛି ସମୟ ଶୋଇବାକୁ ଅଫର୍‌ କରିଛି। ସବୁଠାରୁ ଖାସ୍‌ କଥା ହେଉଛି, ଏହି ସମୟରେ କୌଣସି ବି କର୍ମଚାରୀଙ୍କର ଟଙ୍କାଟିଏ ବି ପଇସା କଟିବ ନାହିଁ। ବେଙ୍ଗାଲୁରୁର ୱାକେଫିଟ୍‌ ସଲ୍ୟୁସନ୍‌ ନାମକ ଏକ କମ୍ପାନୀ ନିଜ କର୍ମଚାରୀଙ୍କୁ କିଛି ଏମିତି ଖୁସି ଖବର ଦେଇଛି । ବେଙ୍ଗାଲୁରୁସ୍ଥିତ ଏହି ଭାରତୀୟ ଷ୍ଟାର୍ଟ ଅପ୍‌ କମ୍ପାନୀ ଘୋଷଣା କରିଛି ଯେ ଏବେ ଅଫିସ୍‌ ଆସୁଥିବା କର୍ମଚାରୀ ପ୍ରତିଦିନ ଡ୍ୟୁଟି ସମୟରେ ୩୦ ମିନିଟ୍‌ ଅର୍ଥାତ୍‌ ଅଧ ଘଣ୍ଟା ଶୋଇ ପାରିବେ। ଏ ନେଇ କମ୍ପାନୀ ଏକ ଟାଇମ୍‌ ଟେବୁଲ ମଧ୍ୟ ପ୍ରସ୍ତୁତ କରିଛି।

କମ୍ପାନୀ ପକ୍ଷରୁ ‘ଶୋଇବାର ଅଧିକାର’ ସମ୍ପର୍କିତ ଏକ ଛବି ଟ୍ୱିଟରରେ ପୋଷ୍ଟ କରାଯାଇଛି। ସେଥିରେ କର୍ମଚାରୀମାନେ କେତେବେଳେ ଶୋଇବେ ତାର ମଧ୍ୟ ନିର୍ଦ୍ଧିଷ୍ଟ ସମୟ ଧାର୍ଯ୍ୟ ହୋଇଛି। ସବୁ କର୍ମଚାରିମାନେ ଦିନ ୨ଟାରୁ ୨ଟା ୩୦ପର୍ଯ୍ୟନ୍ତ ଶୋଇପାରିବେ ବୋଲି ଘୋଷଣା କରାଯାଇଛି। ଏହା ଦ୍ୱାରା କର୍ମଚାରୀଙ୍କ ଶରୀର ସୁସ୍ଥ ରହିବ। ସେହିପରି କର୍ମଚାରୀମାନେ ଚାପମୁକ୍ତ ହୋଇ ବିଶ୍ରାମ ନେଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଅପରାହ୍ନରେ ବିଶ୍ରାମ ନେବା ଦେହ ପକ୍ଷେ ଫଳପ୍ରଦ ଏବଂ ଏହା କର୍ମଚାରିଙ୍କୁ ଅଧିକ ଉତ୍ସାହିତ କରିବ। କମ୍ପାନୀର ଏହି ନିଷ୍ପତ୍ତିରେ କର୍ମେଚାରିମାନେ ଖୁସି ପ୍ରକଟ କରିଛନ୍ତି।

Also Read  Group of people seen waving Palestine flag after Eid prayers in Saharanpur, probe on