ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ: ଡେରିରେ ସ୍କୁଲ ଯାଉଥିବା ଶିକ୍ଷୟିତ୍ରୀଙ୍କୁ ରାସ୍ତାରେ ଅଟକାଇ କାରଣ ପଚାରିଲେ, ଅଚାନକ ସ୍କୁଲ ଗସ୍ତ କରି ଦରମା ବନ୍ଦ ପାଇଁ ଦେଲେ ନିର୍ଦ୍ଦେଶ

0
374
samir-ranjan-dash-stop-the-salary-of-8-teacher-after-a-sudden-visit to a school

ପିପିଲି: ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଡେରିରେ ସ୍କୁଲ ଯାଉଥିବା ଶିକ୍ଷୟିତ୍ରୀଙ୍କୁ ରାସ୍ତାରେ ଅଟକାଇ କାରଣ ପଚାରିଲେ । ଆଜି ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିମାପଡା ଗ୍ରସ୍ତରେ ଯାଉଥିବା ବେଳେ ପିପିଲି ଟୋଲ ଗେଟ ନିକଟରେ ଦିନ ୧୦.୨୦ ସମୟରେ ରେ ଦୁଇଜଣ ଶିକ୍ଷୟତ୍ରୀ ରାସ୍ତାରେ ସ୍କୁଟିରେ ଯାଉଥିବାର ଦେଖିଥିଲେ। ମନ୍ତ୍ରୀ ଦୁଇ ଶିକ୍ଷୟିତ୍ରୀଙ୍କୁ ରାସ୍ତାରେ ରଖି ସ୍କୁଲ ପାଇଁ ଡେରି ହେବା ନେଇ ପ୍ରଶ୍ନ କରିଥିଲେ । କିନ୍ତୁ ଦୁଇ ଶିକ୍ଷୟିତ୍ରୀ ମନ୍ତ୍ରୀଙ୍କ ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।

ପରବର୍ତ୍ତୀ ସମୟରେ ପିପିଲି ନିମାପଡା ମୁଖ୍ୟରାସ୍ତା ଜଗନ୍ନାଥପୁର ୟୁପି ସ୍କୁଲକୁ ଅଚାନକ ଗସ୍ତ କରିଥିଲେ ମନ୍ତ୍ରୀ ସମୀର ଦାଶ । ଦିନ ୧୦.୨୩ ମିନିଟରେ ମଧ୍ୟ ପିଲାମାନେ ହତାରେ ଏଣେ ତେଣେ ବୁଲୁଥିବାର ଦେଖିଥିଲେ। ଶିକ୍ଷକ ମାନେ ଅଫିସ ଭିତରେ ଏକାଠି ବସି କଥା ହେଉଥିବାବେଳେ ପ୍ରଧାନ ଶିକ୍ଷକ ଗାଡି ଧରି ବାହାରକୁ ଯିବାକୁ ବାହାରି ଥିବାର ସେ ଦେଖିବାକୁ ପାଇଥିଲେ।

ଏପଟେ ସ୍କୁଲର କାଗଜ ପତ୍ରରେ ମଧ୍ୟ ଅନିୟମିତତା ଥିବା ଜାଣିବାକୁ ପାଇଥିଲେ। ଯାହାପରେ ଡିଇଓ ଓ ବିଇଓ ଙ୍କୁ ଫୋନ କରି ଏହି ସ୍କୁଲର ୮ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ଦରମା ବନ୍ଦ କରିବାକୁ ନୋଟିସ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Also Read  ମହାରାଷ୍ଟ୍ର ର ଟାଣୁଆ ମନ୍ତ୍ରୀ ନବାବ ମଲିକ ଙ୍କୁ ଗିରଫ କଲା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ