ରାଉରକେଲାରେ ଅଘଟଣ : ସ୍କୁଲ ଗେଟ ଭୁଶୁଡି ଦୁଇ ମୃତ

0
158

ରାଉରକେଲା: ହଠାତ୍‌ ଭୁଶୁଡ଼ି ପଡ଼ିଲା ସ୍କୁଲ ଗେଟ୍‌। ଏହା ତଳେ ଚାପି ହୋଇ ଆଖି ବୁଜିଦେଲେ ଜଣେ ବୃଦ୍ଧ ଓ ଜଣେ ନାବାଳକ । ଏପରି ଅଘଟଣ ଗତକାଲି ରାତିରେ ରାଉରକେଲା ସେକ୍ଟର ୯ ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲ୍‌ରେ ଘଟିଛି। ମୃତକଦ୍ୱୟ ହେଲେ ସ୍କୁଲର ସିକ୍ୟୁରିଟି ଗାର୍ଡ ୫୮ ବର୍ଷୀୟ ଗାନ୍ଧୀରାମ ରାଉତ ଓ ଅନ୍ୟ ଜଣେ ହେଲେ ୧୬ ବର୍ଷୀୟ ନାବାଳକ ସୁରେଶ ଚୌଧୁରୀ।

ଗେଟ ପଡିଯିବା ପରେ ଦୁଇଜଣ ଗୁରୁତର ହୋଇ ପଡିଥିଲେ । ସିକ୍ୟୁରୁଟି ଗାର୍ଡ ଓ ଯୁବକଙ୍କୁ ଆରଜିଏଚରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ଗେଟ ପଡିବାର କାରଣ ଏଯାବତ ଅସ୍ପଷ୍ଟ ରହିଛି। ପୁଲିସ୍‌ ପହଞ୍ଚି ଘଟଣାର ଛାନଭିନ୍‌ କରୁଛି। ଏହି ଘଟଣା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରୁ ନ ଥିବା ବେଳେ ଆଜି ସ୍କୁଲକୁ ଛୁଟି କରି ଦିଆଯାଇଛି।

Also Read  12 feared dead in landslide in cyclone-hit Odisha

LEAVE A REPLY

Please enter your comment!
Please enter your name here