ତାତି ପାଇଁ ବଦଳିଲା ସ୍କୁଲ ଖୋଲିବା ସମୟ, ସକାଳ ୬ରୁ ୯ଟା ଯାଏ ହେବ ପାଠପଢ଼ା

0
403
ଆସନ୍ତାକାଲି ଠାରୁ ପ୍ରଥମ ରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଆସିବେ: ପିଲାଙ୍କ ମନଫୁର୍ତ୍ତି ପାଇଁ ବିସ୍ତୃତ ଯୋଜନା
ଆସନ୍ତାକାଲି ଠାରୁ ପ୍ରଥମ ରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଆସିବେ: ପିଲାଙ୍କ ମନଫୁର୍ତ୍ତି ପାଇଁ ବିସ୍ତୃତ ଯୋଜନା

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଖୋଲିବା ଓ ପାଠପଢ଼ା ସମୟରେ ପରିବର୍ତ୍ତନ କରିଛନ୍ତି । ନୂଆ ନିର୍ଦ୍ଦେଶ ଅନୁଯାୟୀ ସ୍କୁଲଗୁଡ଼ିକ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଚାଲିବ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । ଆସନ୍ତା ମେ ମାସ ୨ ତାରିଖରୁ ଏହି ନିର୍ଦ୍ଦେଶ ଲାଗୁ ହେବ । ପୂର୍ବରୁ ସ୍କୁଲ ସମୟ ସକାଳ ୬.୩୦ରୁ ୧୦.୩୦ ଯାଏ ଥିଲା ।
ତେବେ ପୂର୍ବ ନିର୍ଦ୍ଧାରିତ ସମସ୍ତ ପରୀକ୍ଷାଗୁଡ଼ିକର ସମୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ଓସେପା, ଓଏଭିଏସ୍‌, ଏମ୍‌ଡିଏମ୍‌, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଏଲିମେଣ୍ଟାରି ଶିକ୍ଷା ନିର୍ଦ୍ଦେଶକ, ଏସ୍‌ସିଇଆରଟି ନିର୍ଦ୍ଦେଶକ, ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ, ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତିଙ୍କୁ ସ୍କୁଲ ସମୟରେ ପରିବର୍ତ୍ତନ ନେଇ ଚିଠି ଲେଖିଛନ୍ତି। ଚିଠିରେ ଶ୍ରୀ ମିଶ୍ର ଉଲ୍ଲେଖ କରିଛନ୍ତି ଯେ, ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ନିର୍ଦ୍ଧାରିତ ପରୀକ୍ଷା ସମୟ ପରିବର୍ତ୍ତନ କରାଯାଇ ନାହିଁ। ଅର୍ଥାତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପୂର୍ବରୁ ପ୍ରସ୍ତୁତ ସୂଚୀ ଅନୁସାରେ ଅନୁଷ୍ଠିତ ହେବ।

Also Read  6350 COVID-19 cases in Odisha so far; Death toll stands at 18