ପଶ୍ଚିମ ଓଡ଼ିଶାରେ ତୈଳ ସଂକଟ: ଅଧିକାଂଶ ପେଟ୍ରୋଲ ପମ୍ପରେ ଝୁଲୁଛି ‘ଆଉଟ ଅଫ୍‍ ଷ୍ଟକ’ ବୋର୍ଡ

0
398
petrol and diesel prices as centre-cuts-excise-duty-on-petrol-diesel

ବରଗଡ଼଼: ପଶ୍ଚିମ ଓଡ଼ିଶାରେ ତୈଳ ସଂକଟ । ଅଧିକାଂଶ ଘରୋଇ ପେଟ୍ରୋଲ ପମ୍ପ ବନ୍ଦ । ଝାରସୁଗୁଡ଼ାକୁ ପାଇପଲାଇନରେ ପେଟ୍ରୋଲ, ଡିଜେଲ ଯୋଗାଣ ବନ୍ଦ । ପଶ୍ଚିମ ଓଡ଼ିଶାର ଏସାର, ରିଲାଏନ୍ସ ଆଦି ଘରୋଇ ପେଟ୍ରୋଲ ପମ୍ପଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦେବା ବନ୍ଦ କରିଦେଲେଣି । ବିପିସିଏଲ, ଏଚପିସିଏଲର ଅଧିକାଂଶ ପେଟ୍ରୋଲ ପମ୍ପରେ ଏବେ ଆଉଟ୍‌ ଅଫ୍‌ ଷ୍ଟକ ବୋର୍ଡ ଝୁଲୁଛି । ବରଗଡ଼଼, ବଲାଙ୍ଗିର, ନୂଆପଡ଼ା ସବୁଠି ସେହି ସମାନ ଅବସ୍ଥା। ଇଣ୍ଡିଆନ ଅଏଲ କର୍ପୋରେସନ ଝାରସୁଗୁଡ଼ାକୁ ସଂଯୋଗ କରିଥିବା ପାଇପଲାଇନ୍‌ ଗତ କିଛି ସପ୍ତାହ ହେବ ଅଚଳ ଥିବାରୁ ପାରାଦୀପରୁ ଟ୍ୟାଙ୍କର ଯୋଗେ ତେଲ ଯୋଗାଇ ଦିଆଯାଉଛି । ଯାହା ଫଳରେ ତୈଳ ପରିବହନ ନେଇ ଦେଖାଦେଇଛି ସମସ୍ୟା ।

ଝାରସୁଗୁଡ଼ା ପାଇପଲାଇନ ଠିକ୍‍ ହେବାକୁ ଆହୁରି କିଛି ସପ୍ତାହ ଲାଗିବ ବୋଲି କୁହାଯାଉଛି। ପୂର୍ବରୁ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଓ ଭାରତ ପେଟ୍ରୋଲିୟମ କର୍ପେରେସନ ପେଟ୍ରୋଲ ପମ୍ପ ମାଲିକମାନଙ୍କୁ ସୀମିତ ସମୟ ପାଇଁ ଉଧାର ସୂତ୍ରରେ ତେଲ ଯୋଗାଇ ଦେଉଥିଲେ। ମାତ୍ର ନିକଟରେ ଏହି ଦୁଇ ତୈଳ ସଂସ୍ଥା ଅଗ୍ରୀମ ପେମେଣ୍ଟ ବ୍ୟବସ୍ଥାର ପ୍ରଚଳନ କରିଥିବାରୁ ପେଟ୍ରୋଲ ପମ୍ପ ମାଲିକମାନଙ୍କ ପାଇଁ କ୍ୟାସ୍‍ ମେନେଜମେଣ୍ଟ ଓ ଷ୍ଟକ ମେନେଜମେଣ୍ଟ କରିବା ସମ୍ଭବପର ହେଉନାହିଁ। ଏଣୁ ଆନ୍ତର୍ଜାତିକ ସ୍ତରରୁ ଗ୍ରାମୀଣ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ସର୍ବତ୍ର ସମସ୍ୟା ଲାଗିରହିଛି। ରାଜ୍ୟର ତୈଳ କମ୍ପାନୀଗୁଡ଼ିକର ସପ୍ଲାଇ ଚେନ୍‍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଏଣୁ ବେଳ ହୁଁ ସତର୍କତାମୂଳକ ପଦକ୍ଷେପ ନ ନେଲେ ପଶ୍ଚିମ ଓଡ଼ିଶାରେ ତୈଳ ସଙ୍କଟ ଗୁରୁତର ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

Also Read  Inter-state River Water Disputes (Amendment) Bill, 2017 introduced in Lok Sabha