୧୭ ଜଣ ବିରୋଧୀ ସାଂସଦ ଦ୍ରୌପଦୀଙ୍କ ସମର୍ଥନରେ କ୍ରସ ଭୋଟିଂ କରିଛନ୍ତି

0
155

ନୂଆଦିଲ୍ଲୀ: ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦୌପଦୀ ମୁର୍ମୁ । ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ଏନଡିଏ ପ୍ରାର୍ଥୀ ଶ୍ରୀମତୀ ମୁର୍ମୁ ବହୁ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ତେବେ ବିଜେପି ଦାବି କରିଛି ଯେ ୧୭ ଜଣ ବିରୋଧୀ ସାଂସଦ ମଧ୍ୟ କ୍ରସ ଭୋଟିଂ କରିଛନ୍ତି ଓ ଦ୍ରୌପଦୀଙ୍କ ପ୍ରତି ସମର୍ଥନ ଅଜାଡି ଦେଇଛନ୍ତି । ବିଜେପି କହିଛି ଯେ ଦ୍ରୌପଦୀ ମୁର୍ମୁ ୫୪୦ ସାଂସଦଙ୍କ ଭୋଟ୍ ପାଇଛନ୍ତି।

ରାଷ୍ଟ୍ରପତି ନିର୍ବାଚନ ପରେ ବିରୋଧୀ ଦଳର ବିଭାଜନ ସାମ୍ନାକୁ ଆସିଛି ବୋଲି ବିଜେପି କହିଛି। ବିରୋଧୀ ୨୦୨୪ରେ ସଂଗଠିତ ହୋଇ ବିଜେପି ସହିତ ଲଢ଼ିବାକୁ ଯୋଜନା କରୁଥିବାବେଳେ ରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧୀ ଦଳଙ୍କ ମଧ୍ୟରେ ବିଭାଜନ କୌଣସି ଝଟକାଠାରୁ କମ୍ ନୁହେଁ। ସୂଚନା ଥାଉ କି ଯେ ପ୍ରଥମ ପର୍ଯ୍ୟାୟରେ ଦ୍ରୌପଦୀ ମୁର୍ମୁ ୫୪୦ ଭୋଟ୍ ପାଇଥିବାବେଳେ ଯଶୱନ୍ତ ସିହ୍ନା ୨୦୮ ଭୋଟ୍ ପାଇଥିଲେ ।

ମୁର୍ମୁଙ୍କୁ ମିଳିଥିବା ଭୋଟଗୁଡ଼ିକର ମୂଲ୍ୟ ୩,୭୮,୦୦୦ ଥିବାବେଳେ ଯଶବନ୍ତ ସିହ୍ନାଙ୍କୁ ୧,୪୫,୦୦୦ ଭୋଟ ମିଳିଥିଲା । ଏହି ଗଣନା ସମୟରେ ୧୫ଟି ଭୋଟ୍ ମଧ୍ୟ ନାକଚ ହୋଇଯାଇଥିଲା । ଉଭୟ ଗୃହର ମୋଟ ୭୮୦ ଜଣ ସାଂସଦମାନଙ୍କ ମଧ୍ୟରୁ ୧୩ ଜଣ ସାଂସଦ ଭୋଟ୍ ଦେଇନଥିଲେ ।

Also Read  ପୋଖରୀ ଖୋଳିବା ବେଳେ ମାଟି ତଳୁ ବାହାରୁଛି ମୂଲ୍ୟବାନ ରତ୍ନପଥର, ନେବା ପାଇଁ ଲୋକଙ୍କ ପ୍ରବଳ ଭିଡ

LEAVE A REPLY

Please enter your comment!
Please enter your name here