ପାକିସ୍ତାନର ୨୩ ତମ ପ୍ରଧାନମନ୍ତ୍ରୀ ହେଲେ ଶେହବାଜ ସରିଫ୍

0
149
Shahbaz Sharif Elected As Prime Minister Of Pakistan
Shahbaz Sharif Elected As Prime Minister Of Pakistan

ପାକିସ୍ତାନ: ପାକିସ୍ତାନର ସମସ୍ତ ରାଜନୈତିକ ସଙ୍କଟର ଅନ୍ତ ଘଟିଛି । ପାକିସ୍ତାନକୁ ମିଳିଛି ନୁଆ ପ୍ରଧାନମନ୍ତ୍ରୀ । ଶେହବାଜ ସରିଫ୍ ହେଲେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ । ପାକିସ୍ତାନର ୨୩ ତମ ପ୍ରଧାନମନ୍ତ୍ରୀ ହେଲେ ଶେହବାଜ ସରିଫ୍ । ବିନା ପ୍ରତିଦ୍ୱନ୍ଦ୍ୱିତାରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ । ପାକିସ୍ତାନର ୩ ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ସରିଫଙ୍କ ବଡ଼ ଭାଇ ତଥା ୭୦ ବର୍ଷୀୟ ଶାହବାଜ୍‌ ସରିଫ୍‌ ନୂଆ ରାଷ୍ଟ୍ର ମୁଖ୍ୟ ଭାବେ ଏହି ଦାୟିତ୍ୱ ମିଳିଛି ।

ପାକିସ୍ତାନ ମୁସଲିମ୍ ଲିଗ୍ ନଓ୍ୱାଜ ପାର୍ଟିର ଅଧ୍ୟକ୍ଷ ଅଛନ୍ତି ଶାହବାଜ ସରିଫ। ସେ ହେଉଛନ୍ତି ପାକିସ୍ତାନର ୩ ଥର ପ୍ରଧାନମନ୍ତ୍ରୀ ହୋଇଥିବା ନଓ୍ୱାଜ ସରିଫଙ୍କ ସାନ ଭାଇ। ସେ ୧୯୯୦ରେ ପ୍ରଥମଥର ପାଇଁ ନ୍ୟାସନାଲ ଆସେମ୍ବଲିକୁ ନିର୍ବାଚିତ ହୋଇଥିଲେ। ତେବେ ୧୯୯୯ ମସିହାରେ ପାକିସ୍ତାନର ଶାସନ ଭାର ସେନା ନେବା ପରେ ଶାହାବାଜ ଓ ନଓ୍ୱାଜ ସାଉଦି ଆରବ ପଳାଇଯାଇଥିଲେ।

Also Read  Shahbaz Sharif To Be Elected As Next Pakistan Prime Minister

LEAVE A REPLY

Please enter your comment!
Please enter your name here