ଦିଲ୍ଲୀରେ ନିର୍ମାଣାଧିନ ଗୋଦାମ କାନ୍ଥ ଭୁଶୁଡି ୬ ଶ୍ରମିକଙ୍କ ମୃତ୍ୟୁ

0
336
six lanour died due to wall-collapses-at-a-godown-in-alipur delhi

ନୂଆଦିଲ୍ଲୀ: ଦିଲ୍ଲୀର ଆଲିପୁରରେ ଘଟିଛି ବଡ଼ ଦୁର୍ଘଟଣା । ଆଲିପୁରରେ ଏକ ନିର୍ମାଣାଧୀନ ଗୋଦାମର କାନ୍ଥ ଭୁଶୁଡ଼ି ପଡିବାରୁ ମାଟିତଳେ ପୋତିହୋଇ ୬ଜଣ ଶ୍ରମିଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ, ନିର୍ମାଣ କାର୍ଯ୍ୟରେ ୨୦ରୁ ଅଧିକ ଶ୍ରମିକ ନିୟୋଜିତ ହୋଇଥିଲେ । ତେଣୁ ଏବେବି ମାଟିତଳେ ଏକାଧିକ ଶ୍ରମିକ ପୋତିହୋଇ ଥିବାର ଆଶଙ୍କା କରାଯାଉଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ସୂଚନା ଅନୁସାରେ, ଉତ୍ତର ଦିଲ୍ଲୀର ଆଲିପୁରରେ ଏକ ଗୋଡାଉନ୍( ଗୋଦାମ) ନିର୍ମାଣ ହେଉଥିଲା, ତେବେ ଆଜି ସକାଳେ ଏହା ହଠାତ ଭୁଶୁଡି ପଡିଥିଲା | କାନ୍ଥ ନିର୍ମାଣ କରୁଥିବା ଶ୍ରମିକମାନେ ଚାପି ହୋଇଯାଇଥିଲେ | ଏବେ ଯାଏଁ ୧୦ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୬ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ପାଖ ହରିଶ୍ଚନ୍ଦ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Also Read  Meta set to receive summons from House panel over election remarks