୨୦୨୧ ସ୍କଚ୍ ପ୍ରଶାସନିକ ରିପୋର୍ଟ କାର୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରେଷ୍ଠତା ଅକ୍ଷୁର୍ଣ୍ଣ

0
234
Odisha CM To Lay Foundation Stone For The Expansion Of Odisha Bhawan, Mumbai
Odisha CM To Lay Foundation Stone For The Expansion Of Odisha Bhawan, Mumbai

ଭୁବନେଶ୍ବର: ଦିନକୁ ଦିନ ବୃଦ୍ଧି ପାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା । ସ୍ୱଚ୍ଛ ଓ ପ୍ରଭାବଶାଳୀ ଶାସନ ନିର୍ବାଚିତ ସରକାରକୁ ଲୋକପ୍ରିୟ କରାଇଥାଏ । ନିର୍ବାଚିତ ସରକାରଙ୍କ ପ୍ରଦର୍ଶନ ଉପରେ ନଜର ରଖିଥାନ୍ତି ଜନତା । କେବଳ ନିର୍ବାଚନ ଜିତି ସରକାର ଗଠନ କଲେ ହେବ ନାହିଁ, ଜନାଦେଶକୁ ସମ୍ମାନ ଦେଇ ଲୋକଙ୍କ ସାମୂହିକ ଉନ୍ନତିରେ ବ୍ରତୀ ହେବା ପ୍ରତ୍ୟେକ ନିର୍ବାଚିତ ସରକାରଙ୍କ ପରମ କର୍ତ୍ତବ୍ୟ । ନିର୍ବାଚିତ ସରକାରଙ୍କ ପ୍ରଦର୍ଶନ ଉପରେ ନଜର ରଖିଥାନ୍ତି ଜନତା ।କିଛି ସ୍ୱାଧୀନ ସଂସ୍ଥା ମଧ୍ୟ ସେମାନଙ୍କର ନିଜସ୍ୱ ଶୈଳୀରେ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ନଜର ରଖିଥାନ୍ତି । ୨୦୨୧ ସ୍କଚ୍ ପ୍ରଶାସନିକ ରିପୋର୍ଟ କାର୍ଡ ଏହାକୁ ପୁଣିଥରେ ପ୍ରମାଣିତ କରିଛି । ଗତ ବର୍ଷ ସ୍କଚ୍ ରିପୋର୍ଟ କାର୍ଡରେ ନବୀନ ୮ ନମ୍ବର ସ୍ଥାନରେ ଥିବା ବେଳେ ବର୍ଷକ ଭିତରେ ନବୀନଙ୍କ ପ୍ରଦର୍ଶନ ୩ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

ସଂସ୍ଥାର ୨୦୨୧ ଗଭର୍ଣ୍ଣାନ୍‌ସ ରିପୋର୍ଟ କାର୍ଡ ଜାରି ହୋଇଛି । ସାମଗ୍ରିକ ଭାବେ ବିଭିନ୍ନ ରାଜ୍ୟରେ ଥିବା ସରକାର ଓ ସେମାନଙ୍କର ପ୍ରଦର୍ଶନର ମୂଲ୍ୟାୟନ କରାଯାଇଛି । ବିଭିନ୍ନ କ୍ଷେତ୍ରରେ ପ୍ରଦର୍ଶନକୁ ନେଇ କରାଯାଇଥିବା ମୂଲ୍ୟାୟନରେ ଟପ୍ ଥ୍ରିରେ ଅଛନ୍ତି ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ଓ ଓଡିଶା ସରକାର । ଆନ୍ଧ୍ରର ଜଗନ ରେଡ୍ଡି, ପଶ୍ଚିମବଙ୍ଗର ମମତା ବାନାର୍ଜୀ ଓ ଓଡିଶାର ନବୀନ ପଟ୍ଟନାୟକ ସରକାର ପ୍ରଶାସନ ଓ ସୁଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ବୋଲି ସ୍କଚ୍ ରିପୋର୍ଟ କାର୍ଡ କହୁଛି । ଉଭୟ ଜଗନ ଓ ମମତା ଶାସନରେ ରହିବା ବେଶୀ ଦିନ ହୋଇନାହିଁ । ତେଣୁ ଏ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଅଧିକ ରହିବା କିଛି ବଡ କଥା ନୁହେଁ । କିନ୍ତୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୨୨ ବର୍ଷ ହେଲା ନିଜ ଲୋକପ୍ରିୟତାର ପ୍ରମାଣ ଦେଇ ଶାସନ କ୍ଷମତାରେ ଅଛନ୍ତି । ଆଉ ଏହି ୨୪ ବର୍ଷ ମଧ୍ୟରେ ବି ସେ ଦେଶର ଶ୍ରେଷ୍ଠ ତିନି ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସାମିଲ ହୋଇପାରୁଛନ୍ତି, ତାହା ନିଶ୍ଚିତ ଭାବେ ଉଲ୍ଲେଖନୀୟ ସଫଳତା । ୨୦୨୦ରେ ସ୍କଚ ଗଭର୍ଣ୍ଣାନସ ରିପୋର୍ଟ କାର୍ଡରେ ଅଷ୍ଟମ ସ୍ଥାନରେ ଥିବୀ ନବୀନ ପଟ୍ଟନାୟକ ଏବେ ତୃତୀୟ ସ୍ଥାନରେ ରହିବା ତାଙ୍କର ଲୋକପ୍ରିୟତା ଓ ପ୍ରଶାସନିକ ଦକ୍ଷତାକୁ ପ୍ରମାଣ କରୁଛି ।

Also Read  ନିଜ ତିନି ଶିଶୁଙ୍କୁ ନିର୍ମମ ଭାବେ ହତ୍ୟା କରି କୂଅରେ ଫୋପାଡ଼ି ଦେଲା ନୃଶଂସ ବାପା

LEAVE A REPLY

Please enter your comment!
Please enter your name here