ତିନି ଦିନରେ ତିନି ଥର ସୋନିଆ-ପ୍ରଶାନ୍ତ ଭେଟଘାଟ, କ’ଣ କହୁଛନ୍ତି କଂଗ୍ରେସ ନେତା ?

0
147

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଆଉ ଥରେ ଭେଟିଛନ୍ତି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର (ପିକେ)। ତିନି ଦିନରେ ତିନି ଥର ପରସ୍ପରକୁ ଭେଟିଛନ୍ତି । ଇତିମଧ୍ୟରେ ତିନିଟି ପର୍ଯ୍ୟାୟରେ ବୈଠକ ସରିଛି ଏବଂ ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଆସିବ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି। ପ୍ରଶାନ୍ତ କିଶୋରଙ୍କ ପ୍ରସ୍ତାବ ଉପରେ କଂଗ୍ରେସ କ’ଣ ନିଷ୍ପତ୍ତି ନେବ ତାହା ଜଣାପଡ଼ିବ। ପ୍ରଶାନ୍ତ ଏବଂ ସୋନିଆଙ୍କ ମଧ୍ୟରେ ହୋଇଥିବା ବୈଠକରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ, ଅମ୍ବିକା ସୋନି, କେ. ସି. ବେଣୁଗୋପାଳ, ସୋନିଆ ଗାନ୍ଧୀ ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକ ପରେ ଦଳର ମୁଖପାତ୍ର ରଣଦୀପ ସିଂହ ସୁରଜେଓ୍ୱାଲା କହିଛନ୍ତି ଯେ ପିକେଙ୍କ ପ୍ରସ୍ତାବକୁ ଦଳ ମୂଲ୍ୟାୟନ କରୁଛି। ଆହୁରି ଅନେକଙ୍କ ଇନପୁଟ୍ ଉପରେ ମଧ୍ୟ ବିଚାର କରାଯାଉଛି ଏବଂ ଆସନ୍ତା ୭୨ ଘଣ୍ଟା ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରାଯିବ।

ଏହା ପୂର୍ବରୁ କଂଗ୍ରେସର ଅଧିକାଂଶ ନେତା ପିକେଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ଏହା କେବଳ ଗୁଜରାଟ ପାଇଁ ଏକକାଳୀନ ପ୍ରସ୍ତାବ। ପରେ ପ୍ରଶାନ୍ତ କିଶୋରଙ୍କ ସଂଗଠନ ଆଇପିଏସି ପକ୍ଷରୁ କୁହାଯାଇଥିଲା ଯେ, ଏଥିରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ନବଜାଗରଣ ଓ ରଣନୀତି ସାମିଲ ରହିଛି। ଗତବର୍ଷ ଯେଉଁ ଦଳ ପାଇଁ ଆଲୋଚନା ହୋଇଥିଲା, ସେଥିରେ କେବଳ ପିକେ କଂଗ୍ରେସରେ ସାମିଲ ହେବେ କି ନାହିଁ ତାହା ଉପରେ ଆଲୋଚନା ହୋଇଥିଲା।

ପ୍ରଶାନ୍ତ କିଶୋର ଜଣେ ଜଣାଶୁଣା ରାଜନୈତିକ ବିଶ୍ଳେଷକ। କଂଗ୍ରେସ ନେତାଙ୍କ ମତରେ ପ୍ରଶାନ୍ତ କିଶୋରଙ୍କ ପାଖରେ ସେ ସାମର୍ଥ୍ୟ ରହିଛି ଯାହା ଦଳକୁ ଫାଇଦା ଦେବ। ତେବେ ପ୍ରଶାନ୍ତ କିଶୋରଙ୍କ ଏଣ୍ଟ୍ରି ଗାନ୍ଧୀ ପରିବାର ପାଇଁ ମଧ୍ୟ ଅତିରିକ୍ତ ବୋଝ ବୋଲି କୁହାଯାଉଛି । କାରଣ ପ୍ରଶାନ୍ତଙ୍କ ପତିଆରା ବଢିଲେ ଗାନ୍ଧୀ ପରିବାରର ନିକଟତମ ବ୍ୟକ୍ତି କୋଣଠେସା ହୋଇପାରନ୍ତି । ଗାନ୍ଧୀ ପରିବାରର ଜଣେ ଅନୁଗତ ଭାବେ ଜଣାଶୁଣା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ଆମେ ଅନ୍ୟମାନଙ୍କୁ ମଧ୍ୟ ବ୍ୟବହାର କରିଛୁ ଏବଂ କ’ଣ କରିବା ଆବଶ୍ୟକ ତାହା ଆମକୁ ଦେଖିବାକୁ ପଡ଼ିବ । ପିକେ ଏବେ ଲୋକପ୍ରିୟ ହୋଇଯାଇଥିବାରୁ ସେ ଏବେ ଏକ ବ୍ରାଣ୍ଡ । ତାଙ୍କ ପରି ଅନେକ ରହିଛନ୍ତି।

Also Read  ହତ୍ୟାକାରୀ ସ୍ୱାମୀ, ଅଳ୍ପକେ ବର୍ତ୍ତିଗଲା ୮ବର୍ଷର ପୁଅ

LEAVE A REPLY

Please enter your comment!
Please enter your name here