ଦିଲ୍ଲୀରୁ ମଧ୍ୟପ୍ରଦେଶର ଜବଲପୁର ଯାଉଥିବା ସ୍ପାଇସଜେଟର ଏକ ବିମାନର କ୍ୟାବିନ୍ରେ ଧୂଆଁ ଦେଖିବାକୁ ମିଳିଥିଲା । ଖାସ୍ ଏଥିପାଇଁ ବିମାନ ଜରୁରୀ ଅବତରଣ କରିଛି । ସୂଚନା ଅନୁସାରେ, ବିମାନଟି ପ୍ରାୟ ୫୦ ହଜାର ଫୁଟ ଉପରେ ଉଡୁଥିବା ବେଳେ କ୍ୟାବିନ୍ରେ ଧୂଆଁ ଦେଖିବାକୁ ପାଇଥିଲେ । ଏହା ପରେ ତୁରନ୍ତ ବିମାନଟିକୁ ଦିଲ୍ଲୀକୁ ଫେରାଇ ଅଣାଯାଇଥିଲା । ଦିଲ୍ଲୀରେ ଜରୁରୀ ଅବତରଣ ପରେ ଯାତ୍ରୀମାନେ ସୁରକ୍ଷିତ ଭାବେ ଓହ୍ଲାଇଥିବା ଜଣାପଡିଛି । ଘଟଣାର ଯାଞ୍ଚ କରାଯାଉଛି।
କ୍ୟାବିନେଟରେ ଧୂଆଁ ବାହାରୁଥିବାରୁ ଯାତ୍ରୀମାନେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ଭିଡିଓରେ ଦେଖିବାକୁ ମିଳିଛି । ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ଜବଲପୁର ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଜୁନ୍ ୧୯ ତାରିଖରେ ମଧ୍ୟ ସ୍ପାଇସଜେଟ୍ ବିମାନର ଜରୁରୀ ଅବତରଣ ହୋଇଥିଲା । ଫ୍ଲାଇଟରେ ନିଆଁ ଲାଗିବା ଖବର ଆସିବା ପରେ ଦିଲ୍ଲୀ ଯାଉଥିବା ବିମାନକୁ ପାଟନା ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା ।