ଚିନ୍ତା ବଢ଼ାଇଲାଣି କରୋନା, ଏଣିକି ରାଜଧାନୀରେ ମାସ୍କ ନପିନ୍ଧିଲେ ହେବ କଡା କାର୍ଯ୍ୟାନୁଷ୍ଠାନ

0
283
masks-mandatory-in-bhubaneswar

ଭୁବନେଶ୍ୱର: ପୁଣି ଚିନ୍ତା ବଢାଇଲା କରୋନା। ରାଜ୍ୟରେ କୋଭିଡ ଉପରମୁହାଁ। ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ନୂଆ ୫୧୨ କୋଭିଡ ଆକ୍ରାନ୍ତ। ରେଡ୍ ଜୋନରେ ତିନି ଜିଲ୍ଲା। ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲା ଏବେ ରେଡ୍ ଜୋନରେ ସାମିଲ ହୋଇଛି। ଖୋର୍ଦ୍ଧା ରେ ସଂକ୍ରମଣ ବୃଦ୍ଧି ପାଇବା ପରେ ଭୁବନେଶ୍ବରରେ କୋଭିଡ କଟକଣାକୁ କଡ଼ାକଡ଼ି ଲାଗୁ କରିବା ଲାଗି ନିଷ୍ପତ୍ତି ହୋଇଛି। ଏଣିକି ମାସ୍କ ନ ପିନ୍ଧିଲେ କଡା କାର୍ଯ୍ୟାନୁଷ୍ଠାନ ହେବ। ଆଦାୟ ହେବ ଫାଇନ। ଜୋଡ ହସ୍ତରେ ରାଜଧାନବାସୀଙ୍କୁ ଅନୁରୋଧ କରିଛନ୍ତି ମେୟର।

ଗତକାଲି ୪୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟର ୨୨ଟି ଜିଲ୍ଲାରୁ ୫୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୭ ଜଣ ଚିହ୍ନଟ ହୋଇଛନ୍ତି। କଟକ ଜିଲ୍ଲାରୁ ୮୯ ଓ ପୁରୀ ଜିଲ୍ଲାରୁ ୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Also Read  Bhubaneswar reports 6 new COVID-19 cases; Total count stands at 289