କଟକରେ ଆଇନ୍ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0
220
Girl Dies As A Speeding Bus Drags Her Body For 500 Meters In Odisha's Bolangir
Girl Dies As A Speeding Bus Drags Her Body For 500 Meters In Odisha's Bolangir

କଟକ: କଟକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ଆଇନଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । କଟକ ସିଡିଏ ଠାରେ ଥିବା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ଜଣକ ହେଲେ ହରିଆଣା ପାନିପଥର ସୁରଭି ପଞ୍ଚପାଲ । ସେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବର୍ଷ ଆଇନ ବିଭାଗର ଛାତ୍ରୀ । ସୁରଭିଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେପଟେ ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ କିଛି ଦିନ ତଳେ ସୁରଭି ଗାଁରୁ ଫରିଥିଲେ । ହେଲେ ସେ ଫରିବା ଦିନଠୁ କୌଣସି କାରଣକୁ ନେଇ ମାନସିକ ଦୁଶ୍ଚିନ୍ତାରେ ଥିଲେ । ସୁରଭି କିଛି ଦିନ ହେବ କ୍ଳାସରେ ଅନୁପସ୍ଥିତ ମଧ୍ୟ ରହୁଥିବା ସୂଚନା ରହିଛି । ଗତକାଲି ରାତି ପ୍ରାୟ ୮ ଟା ସମୟରେ ସେ କବାଟ ନ ଖୋଲିବାରୁ ତାଙ୍କ ରୁମର କବାଟ ଭଙ୍ଗା ଯାଇଥିଲା । ରୁମରେ ଆଇନ ଛାତ୍ରୀ ସୁରଭିଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ଉପସ୍ଥିତ ଲୋକେ ।

Also Read  ସେଲ୍ପି ନେବା ପଡିଲା ମହଙ୍ଗା : ସମୁଦ୍ରରେ ବୁଡି ଯାଉଥିବା ଯୁବକକୁ ଉଦ୍ଧାର କଲେ ପର୍ଯ୍ୟଟକ

LEAVE A REPLY

Please enter your comment!
Please enter your name here