ଏମ୍‌ସ ଭୁବନେଶ୍ୱରରେ ସଫଳ ହେଲା ଆଙ୍ଗୁଠି ପୁନଃପ୍ରତିରୋପଣ; ଯୋଡ଼ାହେଲା ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ବାମ ହାତ ବୁଢ଼ା ଆଙ୍ଗୁଳି

0
473
successful finger transplant at-aiims-bhubaneswar

ଭୁବନେଶ୍ବର: ଭୁବନେଶ୍ବର ଏମ୍ସ ଡାକ୍ତରଖାନାରେ ବିରଳ ଅସ୍ତ୍ରୋପଚାର । ଡାକ୍ତରୀ ଟିମଙ୍କ ୧୦ ଘଣ୍ଟାର ପରିଶ୍ରମ ପରେ ଯୋଡା ହେଲା ସମ୍ପୂର୍ଣ୍ଣ କଟି ଯାଇଥିବା ବାମ ହାତର ଆଙ୍ଗୁଳି । ବର୍ଣ୍ଣସ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ସଞ୍ଜୟ ଗିରିଙ୍କ ନେତୃତ୍ୱରେ ଗଠିତ ଏକ ଡାକ୍ତରୀ ଦଳ ଦ୍ବାରା କଠିନ ଅସ୍ତ୍ରୋପଚାର ପରେ ଏହି ପ୍ରକ୍ରିୟା ସଫଳ ହୋଇଛି। ଅସ୍ତ୍ରୋପଚାର ପରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିବା ସହିତ ୧୦ ଦିନ ଏମ୍‌ସରେ ରହିବା ପରେ ଘରକୁ ଫେରିଛନ୍ତି। ପୁନଃଯୋଡ଼ା ଯାଇଥିବା ବାମ ବୁଢ଼ା ଆଙ୍ଗୁଠିରେ ସ୍ବାଭାବିକ ରକ୍ତ ସଞ୍ଚାଳନ ହୋଇଛି, ଯାହାକି ଯୋଡ଼ିବା ପ୍ରକ୍ରିୟା ସଫଳ ହୋଇଥିବା ପ୍ରକାଶ କରିଛନ୍ତି ଡ. ଗିରି। ପ୍ରଥମ ଥର ପାଇଁ ଏମ୍‌ସ ଭୁବନେଶ୍ୱରରେ ଏପରି ସଫଳ ଆଙ୍ଗୁଠି ପୁନଃପ୍ରତିରୋପଣ ହୋଇଛି ।

ସୂଚନାଯୋଗ୍ୟ, ୨୦ ଏପ୍ରିଲ ସକାଳେ ଖୋର୍ଦ୍ଧା ଚନ୍ଦେଶ୍ବରର ରବୀନ୍ଦ୍ର ମୁଦୁଲି (୫୪) ନାମକ ଜଣେ ବ୍ୟକ୍ତିଙ୍କ ବାମ ହାତର ବୁଢ଼ା ଆଙ୍ଗୁଳି ଏକ ମେସିନ କଟ୍ଟରରେ ସମ୍ପୂର୍ଣ୍ଣ କଟିଯାଇଥିଲା । ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ରବୀନ୍ଦଙ୍କୁ ଏମ୍ସକୁ ଅଣାଯାଇଥିବା ବେଳେ ସାଙ୍ଗରେ କଟି ଯାଇଥିବା ଆଙ୍ଗୁଳିଟି ମଧ୍ୟ ପରିବାର ଲୋକେ ଆଣିଥିଲେ । ତାଙ୍କୁ ଓଟିରେ ଭର୍ତ୍ତି କରାଯିବା ସହ କଟା ଆଙ୍ଗୁଳିକୁ କମ ତାପମାତ୍ରାରେ ସୁରକ୍ଷିତ ରଖାଯାଇଥିଲା ।

ସକାଳ ପ୍ରାୟ ୯ଟାରେ ରବୀନ୍ଦ୍ରଙ୍କୁ ଅସ୍ତ୍ରୋପଚାର ପାଇଁ ନିଆଯିବା ସହ ତାଙ୍କୁ ଆନେଥେସିଆ ଦିଆଯାଇଥିଲା । ଡକ୍ତର ଗିରିଙ୍କ ନେତୃତ୍ବରେ ଡକ୍ତର ସାନ୍ତନୁ ଶୁଭ, ଡାକ୍ତର କୌଶିଖ, ଡକ୍ତର ଆହାନା ଏବଂ ଡକ୍ତର ଗୋପିକାଙ୍କୁ ନେଇ ଟିମ୍ ରବୀନ୍ଦ୍ରଙ୍କ ଅପରେସନରେ କରିଥିଲେ । ଆନେଥେସିଆ ଟିମରେ ଡକ୍ତର ନିତିଶା ଏବଂ ଡକ୍ତର ପ୍ରେଗମାଂଶୁ ଥିଲେ ।

ମାଇକ୍ରୋସ୍କପ ଜରିଆରେ କଟି ଯାଇଥିବା ଧମନୀ, ଶିରା ଓ ଅନ୍ୟ ଅଂଶକୁ ଡିଜିଟାଲି ସଂଯୋଗ କରିବାକୁ ପ୍ରସ୍ତୁତ କରାଯାଇଥିଲା । ଏହାପରେ ସୁରକ୍ଷିତ ଭାବେ ଏହାକୁ ରବୀନ୍ଦ୍ରଙ୍କ ହାତରେ ଯୋଡା ଯାଇଥିଲା । ଏଥିପାଇଁ ଡାକ୍ତରୀ ଟିମଙ୍କୁ ୧୦ ଘଣ୍ଟା ସମୟ ଲାଗିଥିଲା । ଅପରେସନ ପରେ ରବୀନ୍ଦ୍ରଙ୍କ କଟା ଆଙ୍ଗୁଳିକୁ ରକ୍ତ ସରବରାହ ଆରମ୍ଭ ହୋଇଥିଲା । ଏହାର ଅର୍ଥ ହେଉଛି ଅସ୍ତ୍ରୋପଚାର ସଫଳ ହୋଇଥିଲା । ପରେ ଫିଜିଓ ଥେରାପୀ ଜରିଆରେ ରବୀନ୍ଦ୍ରଙ୍କ ଆଙ୍ଗୁଳି କାମ କରିବା ଆରମ୍ଭ କରିଥିଲା ।

Also Read  Odisha capital girl Padmalaya Nanda to represent India at World Beauty contests