ପ୍ରେମିକାର ଧୋକା ନେଲା ପ୍ରେମିକର ଜୀବନ, ଖୋର୍ଦ୍ଧା ଧଉଳିମୁହଁ ନିକଟରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

0
1344
suicide for love

ଖୋର୍ଦ୍ଧା: ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମିକ । ପ୍ରେମରେ ଧୋକା ପାଇବାରୁ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ। ପ୍ରଥମେ ହାତକୁ କାଟିଥିଲେ ପରେ ଟ୍ରେନ୍‌ ଆଗକୁ ଡେଇଁଥିବା ଅଭିଯୋଗ। ଖୋର୍ଦ୍ଧା ଧଉଳିମୁହଁ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି। ଆଉ ଟ୍ରେନ୍‌କୁ ଆଗକୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡାଲ୍‌ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ସଦର ଥାନା ଧଉଳିମୁହଁ ଟ୍ରେନ୍‌ ଲାଇନ୍‌ କଡରୁ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ଧଉଳିମୁହଁ ଗାଁର ସୌମ୍ୟରଞ୍ଜନ ପରିଡ଼ା।

ଭିଡିଓରେ ଯୁବକଜଣକ କହିଛନ୍ତି ଯେ, ବାବା ଆଉ ମାମି ମୋତେ କ୍ଷମା କରିଦେବ । ମୁଁ ଜାଣିନି ମୁଁ ଏଇଟା ଠିକ୍‌ କରୁଛି କି ଭୁଲ୍‌ କରୁଛି । ଭାଇ ମୋ ବାବା-ମାମିଙ୍କ ଯତ୍ନ ନେବୁ, ସେମାନଙ୍କ ଧ୍ୟାନ ରଖୁବି । ମୁଁ ଭାଇଟେ ହୋଇ ତୋପାଇଁ କିଛି କରିନି , କିନ୍ତୁ ତୁ ମୋ ବାବା-ମାମିଙ୍କ ଧ୍ୟାନ ରଖିବୁ । ମୁଁ ଗୋଟେ ଝିଅକୁ ଭଲ ପାଉଥିଲି, ସେ ମୋତେ ଧୋକ୍କା ଦେଲା । ତେଣୁ ମୁଁ ଆଉ ବଞ୍ଚିବାକୁ ଚାହୁଁନି । ଏମିକି କିଛି କହି ନିଜ ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଅପଲୋଡ କରି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।

ସେ ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। ସାଙ୍ଗର ବାହାଘର ପାଇଁ ଆସିଥିଲେ। ଲଭ୍‌ରେ ଧୋକା ପାଇବା ପରେ ଏଭଳି କରିଥିବା ଘରଲୋକ ଅଭିଯୋଗ କରିଛନ୍ତି। ବିଳମ୍ବିତ ରାତିରେ ମୃତ୍ୟୁ ପୂର୍ବରୁ WHATSAPP ଷ୍ଟାଟସ୍‌ରେ ନିଜ ହାତ କାଟି ଭିଡିଓ ଅପ୍‌ଲୋଡ୍‌ କରିଥିଲା ସୌମ୍ୟ।

Also Read  Odisha govt to set up EV charging stations at 100 places