ଭିଜିଲାନ୍ସ ପଞ୍ଝାରେ ଟିପିଡବ୍ଲୁଓଡିଏଲର ଜେନେରାଲ ମ୍ୟାନେଜର: ଏକକାଳୀନ ୩ଟି ସ୍ଥାନରେ ରେଡ୍, ବାବୁଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା

0
544
tata-power-general manager-of-the-west-odisha-division-in-the-vigilance-net

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଧରାପଡିଲେ ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡର ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦର୍ଜୀ। ଆୟ ବର୍ହିଭୁତ ସମ୍ପର୍ତ୍ତି ଠୁଳ ଅଭିଯୋଗରେ ଟିପିଡବ୍ଲୁଓଡିଏଲର କାର୍ଯ୍ୟରତ ଓ୍ୱାର୍କସ୍ ଆଣ୍ଡ ପ୍ଲାନିଂର ଜେନେରାଲ୍ ମ୍ୟାନେଜର ସନ୍ତୋଷ କୁମାର ଦର୍ଜିଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରିଛି। ଏକକାଳୀନ ୩ଟି ସ୍ଥାନରେ ଜାରି ରହିଛି ରେଡ୍ । TPWODLର ଜେନେରାଲ ମ୍ୟାନେଜରଙ୍କ ସମ୍ବଲପୁର ପ୍ରଧାନପଡାସ୍ଥିତ ଘର, ବୁର୍ଲା ଅଫିସ କାର୍ଯ୍ୟାଳୟ ଏବଂ ବରଗଡ଼ ଅତାବିରାରେ ଥିବା ପୈତୃକ ଘରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି । ଏ ପର୍ଯ୍ୟନ୍ତ ୬ ଲକ୍ଷ ୨୮ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିବା ସୂଚନା ମିଳିଛି । ଚଢାଉରେ ଜଣେ ଡିଏସପି, ୬ ଇନ୍ସେପକ୍ଟର, ୨ଜଣ ଏଏସଆଇ ସାମିଲ ଅଛନ୍ତି । ଭିଜିଲାନ୍ସର ଏହି ଚଢ଼ାଉରେ ଜଣେ ଡିଏସପି, ୬ ଜଣ ଇନସ୍ପେକ୍ଟର, ଦୁଇ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।

Also Read  ଆଜିଠୁ ବିଧାନସଭାର ବଜେଟ୍‌ ଅଧିବେଶନ: ଉପସ୍ଥାପନ ହେବ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌