ରାଜ୍ୟରେ ପୁଣି ବଢ଼ିବ ତାତି ଓ ଗୁଳୁଗୁଳି; ଆସନ୍ତା ୨୪ ଘଣ୍ଟାରେ ୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

0
3969
temperature-likely-to-increase-by-2-3-degrees-celsius in odisha

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିବ ତାତି । ଆସନ୍ତା ୩ ଦିନ ମଧ୍ୟରେ ବଢିବ ପାରଦ ‌। ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା । ବିଶେଷକରି ଉପକୂଳରେ ଅସହ୍ୟ ଗୁଳଗୁଳି ଅନୁଭୂତ ହେବ । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରା ୪୦ ଡିଗ୍ରୀ ଉପରେ ରହିବ ବୋଲି ପାଣିପାଗ ବିଭାଗ କହିଛି ।

ଦୁଇଦିନ ଯାଏଁ ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲ୍ଲା ପାଇଁ କାଳବୈଶାଖୀ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Also Read  Odisha records 745 new Covid-19 cases; 694 new Recoveries

LEAVE A REPLY

Please enter your comment!
Please enter your name here