ଯୁବକଙ୍କୁ ଚପଲ ମାଳ ପିନ୍ଧାଇ ଚଳନ୍ତା ଟ୍ରକ ଆଗରେ ବାନ୍ଧି ଗାଡି ଚଲାଇବା ଘଟଣା: ଜଣଙ୍କୁ ଗିରଫ କଲା ପୋଲିସ୍

0
3929
police-arrested-one-accused-for-tieing-a-man-with-a-truck

ପାରାଦୀପ: ପାରାଦୀପ ଭୁତମୁଣ୍ଡାଇ ପୋଲରେ ଜଣେ ଯୁବକଙ୍କୁ ଚପଲ ମାଳ ପିନ୍ଧାଇ ଚଳନ୍ତା ଟ୍ରକ ଆଗରେ ବାନ୍ଧି ଗାଡି ଚଲାଉଥିବା ଭିଡିଓ ଭାଇରାଲ ଘଟଣା । ଜଣଙ୍କୁ ଗିରଫ କରିଛି ଲକ୍‌ ଥାନା ପୋଲିସ । ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଗତ ୧୯ ତାରିଖରେ ଗଜେନ୍ଦ୍ର ସ୍ୱାଇଁଙ୍କୁ ମୋବାଇଲ ଚୋରି ସନ୍ଦେହରେ ଟ୍ରକ ଆଗରେ ବାନ୍ଧି ଭିଡ଼ିଓ କରିଥିଲେ ।

ଭିଡ଼ିଓ ଭାଇରାଲ ହେବା ପରେ ଗଜେନ୍ଦ୍ର ଘରୁ ବାହାରିବା ମୁସକିଲ୍‌ ହୋଇପଡିଛି। ଏନେଇ ଗଜେନ୍ଦ୍ର ୨୪ ତାରିଖରେ ଲକ୍‌ ଥାନାରେ ଏତଲା ଦେଇଥିଲେ । ଘଟଣାର ତଦନ୍ତ କରି ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣ ଯାଜପୁର ବେତଣ୍ଡା ଗାଁର ପ୍ରଭାକର ନାୟକ । ତାଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।

Also Read  Raja festival celebrated at Panthanivas Bhubaneswar

LEAVE A REPLY

Please enter your comment!
Please enter your name here