କିନ୍ନର ବୋଲି ନବଜାତକୁ ଘରକୁ ନେଲେନି ପରିବାର ଲୋକ

0
346

ଯାଜପୁର: ଜନ୍ମ ହୋଇଥିବା ଶିଶୁକୁ ଗ୍ରହଣ କଲେନି ପରିବାର ଲୋକେ । ନବଜାତଟି କିନ୍ନର ଭାବେ ଜନ୍ମ ହୋଇଛି। ଡାକ୍ତର ପିଲାର ଲିଙ୍ଗ ବିଷୟରେ କହିବା ପରେ ଘରକୁ ନେବାକୁ ଅମଙ୍ଗ ହୋଇଥିଲେ ପରିବାର ଲୋକେ । ମଙ୍ଗଳବାର ଯାଜପୁର ଟାଉନର ଏକ ନର୍ସିଂହୋମରେ ଶିଶୁଟି ଜନ୍ମ ହୋଇଥିଲା। ନବଜାତଟି କିନ୍ନର ବୋଲି ଜଣାପଡିବା ପରେ ପରିବାର ଲୋକେ ଚିନ୍ତିତ ହୋଇପଡିଥିଲେ। ଏବଂ ସ୍ୱାମୀ ଓ ଶ୍ୱଶୁର ଘର ଲୋକ ସନ୍ତାନଟିକୁ ପାଳନ କରିବା ଦାୟିତ୍ୱରୁ ଦୂରେଇ ଗଲେ।

ପାଖରେ ପିଲାକୁ ରଖିବାକୁ ଚାହୁଁଥିଲେ ମଧ୍ୟ ପରିବାର ଲୋକ ରାଜି ହେଉନଥିବା ଶିଶୁର ମା କହିଛନ୍ତି । ତେବେ, ଯାଜପୁର କିନ୍ନର ସଂଘ ଏହି ଖବର ପାଇବା ପରେ ନବଜାତ ଶିଶୁର ମା’କୁ ଭେଟିବା ସହ ସାନ୍ତ୍ୱନା ଦେଇଥିଲେ। ପରେ ଜିଲ୍ଲାପାଳଙ୍କୁ ଭେଟି ପିଲାର ମା’କୁ ସାହାଯ୍ୟ କରିବାକୁ ଦାବି କରିଥିଲେ । କିନ୍ନର ସଂଘର ଦାବି ପରେ ଏହି ଘଟଣାର ତଦନ୍ତ ଲାଗି ଶିଶୁ ସୁରକ୍ଷା ୟୁନିଟକୁ ଦାୟିତ୍ୱ ଦିଆଯାଇଛି। ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ନବଜାତ ଶିଶୁର ସୁରକ୍ଷା ସହ ଯତ୍ନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି।

Also Read  ଆଜି ସଂଧ୍ୟାରେ ଥମିବ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର; ଦମ୍‌ ଦେଖାଉଛନ୍ତି ପ୍ରାର୍ଥୀଙ୍କ ସହ ହେଭିୱେଟ