ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେଲେ ରାନିଲ ବିକ୍ରମସିଂଘେ

0
619

ନୂଆଦିଲ୍ଲୀ : ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେଲେ ରାନିଲ ବିକ୍ରମସିଂଘେ। ତ୍ରିକୋଣୀୟ ମୁକାବିଲାରେ ସେ ବିଜୟୀ ହୋଇଛନ୍ତି। ପ୍ରତିଦ୍ଵନ୍ଦୀ ଦୁଲ୍ଲୁସ ଆହ୍ଲାପେରୁମାଙ୍କୁ ହରାଇ ବିକ୍ରମସିଂଘେ ରାଷ୍ଟ୍ରପତି ପଦବୀ ପାଇଁ ମନୋନୀତ ହୋଇଛନ୍ତି। ବିକ୍ରମସିଂଘେ ସର୍ବାଧିକ ୧୩୪ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ଦୁଲ୍ଲୁସଙ୍କୁ ୮୨ ଖଣ୍ଡ ଭୋଟ୍ ମିଳିଛି। ବିକ୍ରମସିଂଘେ ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ପରେ କାମଚଳା ରାଷ୍ଟ୍ରପତି ଥିଲେ। ଆଜି ସାଂସଦମାନେ ତାଙ୍କୁ ରାଷ୍ଟ୍ରପତି ରୂପରେ ନିର୍ବାଚିତ କରିଛନ୍ତି।

ସୂଚନାନୁଯାୟୀ, ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଶ୍ରୀଲଙ୍କା ସଂସଦରେ ସମସ୍ତ ସାଂସଦ ଉପସ୍ଥିତ ଥିଲେ। ଏହି କ୍ରମରେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ମଧ୍ୟ ଉପସ୍ଥିତ ଥିଲେ। ତେବେ ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ସଂସଦ ଭବନ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସଂସଦ ଭବନ ଭିତରକୁ ସାଂସଦମାନେ ମୋବାଇଲ୍ ଆଣିବାକୁ ବାରଣ କରାଯାଇଛି। ଦୀର୍ଘ ୪୪ ବର୍ଷ ପରେ ଶ୍ରୀଲଙ୍କାରେ ଆଜି ସିଧାସଳଖ ଭାବେ ରାଷ୍ଟ୍ରପତି ନିର୍ବାଚନ ହୋଇଛି।

Also Read  Indo-Sri Lanka Joint Military Exercise Mitra Shakti 2016 begins in Ambepussa, Sri Lanka