ହୋଟେଲ ଭିତରେ ପଶି ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ , ୫ ଜଣ ଗୁରୁତର, ୪ ଅଟକ

0
311

ଭଦ୍ରକ : ବିଳମ୍ବିତ ରାତିରେ ହୋଟେଲ ଭିତରେ ପଶି ମୁହାଁମୁହିଁ ହେଲେ କିନ୍ନର ଗୋଷ୍ଠୀ। ଦୁଇ ଗୋଷ୍ଠୀର ମାର୍‌ପିଟ୍‌ରେ ଉଭୟ ପକ୍ଷରୁ ୫ ଜଣ କିନ୍ନର ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମ ଭଦ୍ରକ ମେଡିକାଲ ପରେ କଟକ ବଡ ମେଡିକାଲକୁ ସ୍ଥାନ୍ତରଣ କରାଯାଇଛ। ଘଟଣାସ୍ଥଳରେ ଭଦ୍ରକ ଟାଉନ୍ ପୋଲିସ ପହଞ୍ଚି ୪ ଜଣ କିନ୍ନରଙ୍କୁ ଅଟକ ରଖିଥିବା ଜଣାପଡିଛି। ତେବେ କେଉଁ କାରଣ ପାଇଁ କିନ୍ନ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣାପଡିନାହିଁ। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବିକ, ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ଗୋଟିଏ ଗୋଷ୍ଠୀର କିନ୍ନର ମାନେ ଅନ୍ୟ କେତେକ କିନ୍ନରଙ୍କୁ ହୋଟେଲ ଭିତରେ ପଶି ଆକ୍ରମଣ କରିଥିଲେ। ଏ ନେଇ ଗୋଟେ ପକ୍ଷ ଭଦ୍ରକ ଟାଉନ ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ୪ ଜଣ କିନ୍ନରଙ୍କୁ ଥାନାରେ ଅଟକ ରଖିଥିଲା । କିନ୍ତୁ ଅପରପକ୍ଷର ଜିଲ୍ଲା ବାହାରର କିନ୍ନର ମାନେ ଏକାଠି ହୋଇ ଟାଉନ ଥାନା ସମ୍ମୁଖରେ ହୋହଲ୍ଲା କରିଥିଲେ।

ଟାଉନ ଥାନାରେ ଗୋଟିଏ ପକ୍ଷ ସମାଧାନ ପାଇଁ ରାଜି ହୋଇ ବିଳମ୍ବିତ ରାତିରେ ଥାନାକୁ ଯାଇଥିବା ବେଳେ ପୁଣି ଅପର ଗୋଷ୍ଠୀ ରହୁଥିବା ଏକ ହୋଟେଲକୁ ଯାଇ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିବା ଜଣାପଡିଛି । ଏମିତିକି ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟ ଗୋଷ୍ଠୀର ୫ ଜଣ ଗୁରୁତର ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଭଦ୍ରକ ପୋଲିସ କିନ୍ନରଙ୍କୁ ଘଉଡାଇବା ପାଇଁ ଫ୍ଲାଗମାର୍ଚ୍ଚ କରିବା ସହ ଉଭୟ ଗୋଷ୍ଠୀଙ୍କୁ ତଡିପାର କରିବା ପାଇଁ ଜୋରଦାର ପାଟ୍ରୋଲିଂ କରାଯାଇଛି ଅନ୍ୟପଟେ ଗୁରୁତର କିନ୍ନରଙ୍କୁ ବାଦ ଦେଲେ ଅନ୍ୟ କିନ୍ନର ମାନେ ଫେରାର ହୋଇଯାଇଛନ୍ତି।

Also Read  ୧୧ ଦିନର ଖରା ଛୁଟି ପରେ ଆଜିଠୁ ଖୋଲିଲା ସ୍କୁଲ୍ ସହିତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ