ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ହକିର ବିଜୟ ଗାଥା

0
140

ବର୍ମିଂହାମ୍‌ : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମିଫାଇନାଲରେ ଭାରତୀୟ ମହିଳା ହକି ଦଳ ପ୍ରବେଶ କରିଛନ୍ତି। ବୁଧବାର ପୁଲ-ଏ ର ଶେଷ ଲିଗ୍‌ ମ୍ୟାଚରେ ଭାରତ ୩-୨ ଗୋଲରେ କାନାଡାକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ ଏହି ପରାଜୟ ସହ କାନାଡା ନକ୍‌ଆଉଟକୁ ଉନ୍ନୀତ ହେବାରେ ବିଫଳ ହୋଇଛି। ପୁଲ-ଏରୁ ଇଂଲଣ୍ଡ ଓ ଭାରତ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଭାରତ ୪ଟି ମ୍ୟାଚରୁ ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ୯ ପଏଣ୍ଟ ପାଇ ଗ୍ରୁପରେ ଦ୍ବିତୀୟ ସ୍ଥାନ ହାସଲ କରିଛି। କାନାଡା ଓ ଭାରତ ଉଭୟଙ୍କ ପାଇଁ କର ବା ମର ମ୍ୟାଚ ଥିଲା। ଉଭୟ ଦଳ ବିଜୟ ହାସଲ ନେଇ ପଡିଆକୁ ଓହ୍ଳାଇଥିଲେ। ଖେଳର ୩ ମିନିଟ୍‌ରେ ଭାରତକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା।

ଏହାକୁ ଲାଲରେମସିଆମି ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମ କ୍ବାର୍ଟରରେ ଭାରତ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟର ତଥା ଖେଳର ୨୨ ମିନିଟ୍‌ରେ ନବନୀତ କୌର ଭାରତ ପକ୍ଷରୁ ଦ୍ବିତୀୟ ଗୋଲ ଦେଇଥିଲେ। ୨୩ ମିନିଟ୍‌ରେ କାନାଡା ପକ୍ଷରୁ ବ୍ରିନେ ଷ୍ଟାରିସ ଗୋଲ ଦେଇ ମ୍ୟାଚକୁ ୧-୨ ସ୍ତରକୁ ଆଣିଥିଲେ। ୩୯ ମିନିଟ୍‌ରେ କାନାଡାକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ହାନା ହୁଗାନ ଗୋଲରେ ପରିଣତ କରି ମ୍ୟାଚକୁ ୨-୨ ବରାବର କରିଥିଲେ। ୩ୟ କ୍ବାର୍ଟର ଖେଳ ​‌େ​‌ଶଷ ସୁଦ୍ଧା ଖେଳ ୨-୨ ରହିଥିଲା। ଅନ୍ତିମ କ୍ବାର୍ଟର ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଦଳ ଗୋଲ ଦେବା ନେଇ ଆକ୍ରମଣ ପ୍ରତି ଆକ୍ରମଣ କରିଥିଲେ।

ଖେଳର ୫୧ ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଲାଲରେମସିଆମି ଗୋଲରେ ପରିଣତ କରି ଭାରତକୁ ୩-୨ରେ ଆଗୁଆ କରିଥିଲେ । କାନାଡା ଗୋଲ ବରାବର କରିବା ନେଇ ଶେଷ ମିନିଟ୍‌ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଶେଷରେ ଭାରତ ମ୍ୟାଚକୁ ଜିତିବାରେ ସଫଳ ହୋଇଥିଲା। ଭାରତ ପ୍ରଥମ ମ୍ୟାଚରେ ଘାନାକୁ ୫-୦ ଗୋଲରେ, ଦ୍ବିତୀୟ ମ୍ୟାଚରେ ୩-୧ ଗୋଲରେ ୱେଲ୍‌ସକୁ ପରାସ୍ତ କରିଥିବାବେଳେ ୩ୟ ମ୍ୟାଚରେ ଇଂଲଣ୍ଡ ନିକଟରୁ ୧-୩ ଗୋଲରେ ପରାଜିତ ହୋଇଥିଲା। ଭାରତ ୫​ରେ‌ ଅଷ୍ଟ୍ରେଲିଆ ସହ ସେମିଫାଇନାଲ ମ୍ୟାଚ ଖେଳିବ।

Also Read  ଡମ୍ଫର ସହ ମୁହାଁମୁହିଁ ଧକ୍କା ହେଲା କାର୍, ୨ ମୃତ ୨ ଗୁରୁତର

LEAVE A REPLY

Please enter your comment!
Please enter your name here