ଅନ୍ୟମାନଙ୍କର ଗଳା କାଟିଛୁ, ତୁମକୁ ବୋମା ମାଡ଼ରେ ଉଡେଇବୁ; ଯୋଗୀଙ୍କୁ ମିଳିଲା ଏଭଳି ଧମକ

0
284
UP CM Yogi Adityanath Reaches His Native Village At Uttarakand’s Panchur
UP CM Yogi Adityanath Reaches His Native Village At Uttarakand’s Panchur

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଲା ହତ୍ୟା ଧମକ। ଆଗକୁ ସ୍ବାଧୀନତା ଦିବସ ଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବୋମା ମାଡ଼ରେ ଉଡେଇ ଦେବାର ଧମକ ମିଳିଛି। ଏହି ଧମକ ମିଳିବା ପରେ ସତର୍କ ହୋଇଛି ୟୁପି ପୁଲିସ ଓ ଗୁଇନ୍ଦା ଏଜେନ୍ସି। ସୂଚନାନୁସାରେ, ଲକ୍ଷ୍ନୌର ଆଲାମବାଗ ଅଞ୍ଚଳରେ ରହୁଥିବା ଦେବେନ୍ଦ୍ର ତିୱାରୀଙ୍କ ଘରୁ ଏକ ଚିଠି ପୁଲିସ ହାତରେ ଲାଗିଛି। ଚିଠିରେ ଦେବେନ୍ଦ୍ର ତିୱାରୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମା ମାଡ଼ରେ ଉଡେଇ ଦେବାର ଧମକ ଦିଆଯାଇଛି।

ଦେବେନ୍ଦ୍ର ତିୱାରୀ ହେଉଛନ୍ତି ସେହି ବ୍ୟକ୍ତି ଯିଏ ବେଆଇନ ଗୋହତ୍ୟା ବନ୍ଦ ପାଇଁ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି। ଦେବେନ୍ଦ୍ର ତିୱାରୀଙ୍କ ଘରୁ ପ୍ରାପ୍ତ ଧମକପୂର୍ଣ୍ଣ ଚିଠିରେ ଏହା ଲେଖା ଅଛି ଯେ, ଅନ୍ୟମାନଙ୍କର ଗଳା କାଟିଛୁ। ତୁମ ଦୁଇଜଣଙ୍କୁ ବୋମା ମାଡ଼ରେ ଉଡେଇବୁ। ଏଭଳି ଚିଠି ମିଳିବା ପରେ ଏହି ମାମଲାରେ ଏଫ୍ଆଇଆର୍ ପଞ୍ଜିକରଣ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା ଧମକ ମିଳିଥିଲା।

ଧମକପୂର୍ଣ୍ଣ ମେସେଜଟି ପୁଲିସ୍ କଣ୍ଟ୍ରୋଲ୍ ରୁମ୍ ନମ୍ବର ୧୧୨ର ହ୍ବାଟସଆପ ନମ୍ବରକୁ ପଠାଯାଇଥିଲା। ମେସେଜ ପଠାଇଥିବା ବ୍ୟକ୍ତିଜଣକ ନିଜର ନାଁ ଶାହିଦ ବୋଲି ଲେଖିଥିବା ବେଳେ ତିନି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଉଡ଼ାଇ ଦେବାର ଧମକ ଦେଇଛି। କଣ୍ଟ୍ରୋଲ ରୁମ ଅପରେସନ୍ କମାଣ୍ଡର ଏହି ମାମଲାରେ ଏଫ୍ଆଇଆର୍ ଦାଖଲ କରି ଗୁଇନ୍ଦା ଏଜେନ୍ସିକୁ ଏହି ବାର୍ତ୍ତା ସେୟାର କରିଥିଲା। ଏବେ ଏନେଇ ତଦନ୍ତ ଜାରି ରହିଥିବା ବେଳେ ସତର୍କ ରହିଛି ପୁଲିସ।

Also Read  ଉପରାଷ୍ଟ୍ରପତି ନିର୍ବାଚନ: ଧନଖଡ଼ଙ୍କୁ ସମର୍ଥନ ଦେବ ବିଜେଡି, ନାମାଙ୍କନ ସମୟରେ ଉପସ୍ଥିତ ରହିବେ ଦଳୀୟ ସାଂସଦ