ଚାଉଳ, ଅଟା ଏବଂ ଡାଲି ସମେତ ଏହି ୧୪ ସାମଗ୍ରୀରେ ଲାଗୁହେବ ନାହିଁ GST, କିନ୍ତୁ ରହିଛି ଏଭଳି ସର୍ତ୍ତ

0
429
GST Collection Crosses ₹1.40 Lakh Crore Mark 4th Time Since Inception Of GST
GST Collection Crosses ₹1.40 Lakh Crore Mark 4th Time Since Inception Of GST

ନୂଆଦିଲ୍ଲୀ : ଖୋଲା ଖାଉଟି ସାମଗ୍ରୀରୁ ଛାଡ ହେଲା ଦ୍ରବ୍ୟ ଏବଂ ସେବା କର । ଏ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଜୁଲାଇ ୧୮ ତାରିଖରୁ ବ୍ରାଣ୍ଡେଡ୍‌ ତଥା ପ୍ୟାକେଟ ସାମଗ୍ରୀ ଯେପରିକି ଡାଲି, ଅଟା, ଚାଉଳ, ଦହି, ଚୂଡା ଏବଂ ମୁଢି ଉପରେ ଜିଏସଟି ଲାଗୁହୋଇଛି । କିନ୍ତୁ ମଙ୍ଗଳବାର ଜିଏସଟି ଲାଗୁନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଅର୍ଥମନ୍ତ୍ରୀ କହିଛନ୍ତି, ୧୪ଟି ସାମଗ୍ରୀ ଉପରେ ଦ୍ରବ୍ୟ ଏବଂ ସେବା କର ଲାଗୁହେବ ନାହିଁ । ଯଦି ଖୋଲାରେ ଏହି ସବୁ ସାମଗ୍ରୀ ବଜାରରୁ ଆଣୁଛନ୍ତି ତେବେ ସେଗୁଡିକ ଉପରେ ଜିଏସଟି ଲାଗୁହେବ ନାହିଁ । ଜିଏସଟି ଲାଗୁ ହେଉନଥିବା ୧୪ଟି ସାମଗ୍ରୀ ମଧ୍ୟରେ ରହିଛନ୍ତି ଡାଲି, ଗହମ, ବାଜେରା, ଓଟସ୍, ମକା, ଚାଉଲ, ଅଟା, ସୁଜି, ବେସନ, ଦହି ଏବଂ ଲସି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଜୁଲାଇ ୧୮ ତାରିଖରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ଯଦି କୌଣସି ସାମଗ୍ରୀ ଦର ୨୫ କେଜି/ଲିଟର କିମ୍ବା ତା ଠାରୁ ଅଧିକ ତେବେ ସେଗୁଡିକ ଉପରେ ଜିଏସଟି ଲାଗୁହେବ ନାହିଁ । ପୂର୍ବ ଭଳି ୨୫ କେଜି ଓଜନ ପର୍ଯ୍ୟନ୍ତ ମଧ୍ୟରେ ଆସୁଥିବା ଜିନିଷ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ଯଦି ଜଣେ ବ୍ୟବସାୟୀ ସିଧାସଳଖ କମ୍ପାନୀ ଏବଂ ବିତରକଙ୍କ ଠାରୁ ୨୫ କେଜି ପ୍ୟାକେଟ୍‌ କିମ୍ବା ତା ଠାରୁ ଅଧିକ ଓଜନର ଜିନିଷ ଆଣୁଛନ୍ତି ତେବେ ସେଥିରେ ଜିଏସଟି ଲାଗୁହେବ ନାହିଁ ।

Also Read  ରୋଷଘରେ ଚୁଲି ଭଙ୍ଗା ଘଟଣା: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା