ଏଥର କଟକରେ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା, ମିଳିଲା ସବୁଜ ସଂକେତ

0
159
this-year cuttack-balijatra-will-be held

କଟକ: ଏଥର କଟକରେ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି। ମହାମାରୀ କରୋନା ପାଇଁ ଗତ ଦୁଇ ବର୍ଷ ହେଲା ବନ୍ଦ ଥିଲା ବାଲିଯାତ୍ରା । କରୋନା ସ୍ଥିତିରେ ସୁଧାର ଆସିଥିବାରୁ ଚଳିତବର୍ଷ ବାଲିଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି । ଡିଆରଡିଏ ପିଡିଙ୍କୁ ବାଲିଯାତ୍ରାର ନୋଡାଲ ଅଫିସର ଭାବେ ଦାୟିତ୍ୱ ମିଳିବ ବୋଲି କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି । ତେବେ ବାଲିଯାତ୍ରାରେ କଣ କଟକଣା ରଖାଯିବ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ଅନ୍ୟପଟେ ବାଲିଯାତ୍ରା ହେବା ନେଇ ସୂଚନା ମିଳିବା ପରେ ସାଧାରଣ ଲୋକଙ୍କ ମନରେ ଖୁସିର ଲହର ଖେଳିଯାଇଛି ।

Also Read  ଖୁବଶୀଘ୍ର ତାତିରୁ ମିଳିବ ଆଶ୍ୱସ୍ତି, ମେ ୫ରେ ଲଘୁଚାପ ସମ୍ଭାବନା !

LEAVE A REPLY

Please enter your comment!
Please enter your name here