ବିପଦରେ ଗଜରାଜ୍, ମାଲବାହୀ ଟ୍ରେନ ଧକ୍କାରେ ଆଖି ବୁଜିଲେ ୩ ହାତୀ

0
192
Three elephants were killed in train Accident

କେନ୍ଦୁଝର/ଯୋଡ଼ା: ମାଲବାହୀ ଟ୍ରେନ୍ ଧକ୍କାରେ ଚାଲିଗଲା ୩ ହାତୀଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବାଂଶପାଣି ବେହେରା ହାଟିଂ ନିକଟରେ ଗତକାଲି ଏକ ମାଲବାହୀ ଟ୍ରେନ ଧକ୍କା ଦେବା ଫଳରେ ୩ଟି ହାତୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଏ ନେଇ କେନ୍ଦୁଝର ଡିଏଫଓ ସୂଚନା ଦେଇଛନ୍ତି । ଗୁରୁବାର ସନ୍ଧ୍ୟାରେ ବାଂଶପାଣି ଷ୍ଟେସନ ନିକଟ ବେହେରା ହାଟିଂ ନିକଟରେ ହାତୀପଲ ଟ୍ରେନ ଲାଇନ ପାର ହେଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ମାଲବାହୀ ଟ୍ରେନ ଧକ୍କା ଦେଇଥିଲା। ଫଳରେ ଗୋଟିଏ ବଡ଼ ମାଈ ହାତୀ ଓ ଗୋଟିଏ ଛୁଆ ହାତୀ ସମେତ ମୋଟ ୩ଟି ହାତୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗତ ରାତିରେ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳୁ ଆଉ ଏକ ଛୁଆ ହାତୀ ଓ ଏକ ମାଈ ହାତୀର ମୃତ୍ୟୁ ହୋଇଛି ।

ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢ଼େ ୭ଟା ବେଳେ ଏକ ୨୨ଟିକିଆ ହାତୀପଲ ବାଂଶପାଣିଠାରେ ରେଳଲାଇନ୍ ପାର ହେଉଥିବା ବେଳେ ଏହି ସମୟରେ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା । ଟ୍ରେନ୍ ଧକ୍କାରେ ଦୁଇଟି ଛୁଆ ହାତୀ ଏବଂ ଗୋଟିଏ ମାଈ ହାତୀ ଛିଟିକି ପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ଗୋଟିଏ ହାତୀ ମରିଯାଇଥିବା ସନ୍ଦେହ କରାଯାଉଥିଲା। ବାକି ୧୯ଟି ହାତୀ ସେଠାରେ ଘେରି ରହିଥିବା ବେଳେ ପ୍ରବଳ ଗର୍ଜନ କରୁଥିଲେ । ଘଟଣା ଜଣାପଡିବା ପରେ ବନ ବିଭାଗର ଅଧିକାରୀ ଓ ରେଲୱେର ରେସକ୍ୟୁ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଅନ୍ୟ ହାତୀମାନେ ଆହତ ହାତୀମାନଙ୍କୁ ଘେରି ରହିଥିବାରୁ ଚିକିତ୍ସା ଆରମ୍ଭରେ ବିଳମ୍ବ ହେଲା। ଚିକିତ୍ସା ଚାଲିଥିଲାବେଳେ ଗତ ରାତିରେ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିଲା । ଆଜି ଭୋରରୁ ମାଈ ହାତୀ ଓ ଆଉ ଏକ ଛୁଆ ହାତୀର ମୃତ୍ୟୁ ହୋଇଛି ।

Also Read  ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଟେକାମାଡ଼କୁ ନେଇ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହିଂସା, ୭ ଆହତ

LEAVE A REPLY

Please enter your comment!
Please enter your name here