ସିଂହଦ୍ବାର ସମ୍ମୁଖରେ ପହଞ୍ଚିଲା ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ

0
331
Puri Police Launch 'Yuva Shakti' Initiative To Serve Devotees During Rath Yatra
Puri Police Launch 'Yuva Shakti' Initiative To Serve Devotees During Rath Yatra

ପୁରୀ: ବାହୁଡ଼ା ଯାତ୍ରାରେ ଆସି ସିଂହଦ୍ବାର ସମ୍ମୁଖରେ ପହଞ୍ଚିଛି ତିନି ରଥ। ଶ୍ରୀମନ୍ଦିର ନିକଟରେ ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ସଂଧ୍ୟା ସୁଦ୍ଧା ପହଞ୍ଚି ସାରିଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ସିଂହଦ୍ବାର ସାମ୍ନାରେ ପହଞ୍ଚି ଥିଲା ବେଳେ ଜଗତରନାଥ ପ୍ରଭୁ ଶ୍ରୀଜଗନ୍ନାଥ ସବା ଶେଷରେ ପହଞ୍ଚିଛନ୍ତି । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ମାଉସୀ ମା’ ପାଖରୁ ପୋଡ଼ପିଠା ଖାଇ, ସନ୍ଧ୍ୟା ଗଡ଼ିବା ପୂର୍ବରୁ ସିଂହଦ୍ୱାର ସାମ୍ନାରେ ପହଞ୍ଚିଯାଥିଲା ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ।

ବାହୁଡ଼ା ଯାତ୍ରା ପାଇଁ ନିର୍ଘଣ୍ଟ ନୀତି ଅନୁଯାୟୀ ସମସ୍ତ ରୀତିନୀତି ପରେ ଶ୍ରୀ ନଅରରୁ ଆସି ଶରଧାବାଲିରେ ପହଁଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ। ତା’ପରେ ଆରମ୍ଭ ହୋଇଥିଲା ଛେରାପହଁରା। ଦିନ ପ୍ରାୟ ସାଢ଼େ ଗୋଟାଏରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିବାକ୍ଷଣି ଭକ୍ତିରେ ଉଛୁଳି ଉଠିଥିଲା ପରିବେଶ। ତାଳଧ୍ୱଜ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ କାଳିଆ ଠାକୁରଙ୍କର ରଥକୁ ଶ୍ରୀମନ୍ଦିର ଆଡ଼କୁ ଟାଣି ନେଇଥିଲେ ଲକ୍ଷ ଲକ୍ଷ ଭକ୍ତ। କିଛିି ସମୟ ପାଇଁ ରଥ ଅଟକିଥିଲା ମାଉସୀ ମାଆଙ୍କ ମନ୍ଦିର ଆଗରେ। ପୋଡ଼ପିଠା ଖାଇ ପୁଣି ସିଂହଦ୍ୱାର ଅଭିମୁଖେ ବାହାରିଥିଲେ ତିନିଠାକୁର। ଏହାପରେ ଶ୍ରୀନଅର ସମ୍ମୁଖରେ ସଂପନ୍ନ ହୋଇଥିଲା ଲକ୍ଷ୍ମୀ ନାରାୟଣ ଭେଟ।

Also Read  Police arrests an Ollywood actor-producer for his alleged involvement in the Railway recruitment scam