ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୭୬ ଜଣ ନୂଆ ପଜିଟିଭ୍

0
126
1130-more-covid-positive-patient-repoted-in-odisha

ଭୁବନେଶ୍ୱର: ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । କ୍ରମାଗତଭାବେ ବଢିଚାଲିଛି ଦୈନିକ ସଂକ୍ରମଣ । ଭୟାନକ ହେଲାଣି ଖୋର୍ଦ୍ଧା ଜିଲ୍ଲାର ସ୍ଥିତି । କୋଭିଡ୍‌ର ପେଣ୍ଠସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ୱର । ରାଜ୍ୟରେ ଦୈନିକ ସଂକ୍ରମଣ ୫ ଶହ ପାର୍‌ କଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୭୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୩୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୬୯ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୩୫୦୪ ଜଣ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

Also Read  ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ : କେବେଠୁ ବଢ଼ିବ ଶୀତ ଜାଣନ୍ତୁ... ?

LEAVE A REPLY

Please enter your comment!
Please enter your name here