ଆଜି ଶ୍ରୀଜୀଉଙ୍କ ସୁନାବେଶ: ମହଣ ମହଣ ସୁନାରେ ଝଟକିବେ ମହାବାହୁ

0
143
today-suna-besha-darshan-of-lord-jagannath in puri

ପୁରୀ: ଆଜି ରାଜାଧିରାଜଙ୍କ ସୁନାବେଶ । ତିନି ଠାକୁର ଆଜି ରଥ ଉପରୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ରଥ ଉପରେ ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧା ମୂରତି। ୨ ବର୍ଷ ପରେ ଚର୍ମଚକ୍ଷୁରେ ସିଂହଦ୍ୱାର ସମ୍ମୁଖରେ ରଥାରୁଢ ଶ୍ରୀବିଗ୍ରହଙ୍କୁ ସୁନାବେଶରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମୟ ନିର୍ଘଣ୍ଟ ଅନୁସାରେ ସମସ୍ତ ନୀତିକାନ୍ତି କରାଯାଇ ଠାକୁରଙ୍କ ସୁନାବେଶ କରାଯିବ। ଅପରାହ୍ନ ୫ଟାରୁ ସୁନାବେଶ ଆରମ୍ଭ ହେବ । ଏହାର ଯଥେଷ୍ଟ ପୂର୍ବରୁ ସୁନାବେଶ ଲାଗି ହୋଇପାରେ ସୂଚନା ମିଳିଛି । ସଂନ୍ଧ୍ୟାଧୂପ ସରିବା ପରେ ସୁନାବେଶ ଓଲାଗି ହେବ । ପରେ ବଡସିଂହାର ବେଶ ପରେ ରାତ୍ର ପହୁଡ ହେବ ।

ଶ୍ରୀଜିଉଙ୍କର ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ । ମହଣମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୁଷିତ ହୋଇଥାନ୍ତି ମହାପ୍ରଭୁ । ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କୁଣ୍ଡଳ, ଆଡକାନି, ଚନ୍ଦ୍ରିକା ଆଦି ପରିଧାନ କରିଥାନ୍ତି । ଦେବୀ ସୁଭଦ୍ରାଙ୍କୁ କିରିଟି, ଓଡିଆଣି, କାନ, ତଗଡି,ସେବତୀ ମାଳି, ଘାଗଡାମାଳି, କଦମ୍ବମାଳି ଆଦି ପରିଧାନ କରିଥାନ୍ତି । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସ୍ୱତନ୍ତ୍ର ଟ୍ରାଫିକ ପରିଚାଳନା ବ୍ୟବସ୍ଥା ମଧ୍ୟ କରାଯାଇଛି। ମଧ୍ୟରାତ୍ର ପର୍ଯ୍ୟନ୍ତ ସୁନାବେଶ ଦର୍ଶନ ଜାରି ରହିବ।

Also Read  Sri Jagannath temple's servitors threat to boycott Chhatisa Nijog meeting in Chhatisa Nijog meeting

LEAVE A REPLY

Please enter your comment!
Please enter your name here