ନନ୍ଦନକାନନ ପରିସରରେ ନିର୍ମିତ ନୂତନ ବହୁତଳ ପାର୍କିଂକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ

0
252
3-staire-parking-inagurated-by-cm-naveen at-nandankanan

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ନୂତନ ବହୁତଳ ପାର୍କିଂକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ ଏକର ଜମିରେ ୩୫ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟରେ ଭୁବନେଶ୍ୱର ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ୍‌ ପକ୍ଷରୁ ନିର୍ମାଣ ହୋଇଛି ବହୁତଳ ପାର୍କିଂ । ଓଡିଶାର ସବୁଠାରୁ ବଡ ଚିଡିଆଖାନା ନନ୍ଦନକାନନକୁ ଦୈନିକ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ହେଲେ ଏଠାରେ ଏକ ଭଲ ପାର୍କିଂ ବ୍ୟବସ୍ଥା ନଥିବାରୁ ଏନେଇ ବାରମ୍ବାର ପାର୍କିଂ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା । ଏହାକୁ ନଜରରେ ରଖି ରାଜ୍ୟ ସରକାର ଏଠାରେ ଏକ ୩ ମହଲା ବହୁତଳ ପାର୍କିଂ ନିର୍ମାଣ କରିଛନ୍ତି । ଏହି ୩୫୪୨,୭୯ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ବହୁତଳ ପାର୍କିଂକୁ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ବିକ୍ରମଏହି କେଶରୀ ଆରୁଖ, ଉପସ୍ଥିତ ଥିଲେ ।

ଉଦଘାଟିତ ହୋଇଥିବା ଏହି ପାର୍କିଂର ପ୍ରତିଟି ମହଲା ୫୬୦୦ ବର୍ଗମିଟର ଓ ଏହି ପାର୍କିଂରେ ମୋଟ ୫୮୩ ଟି ଚାରିଚକିଆ ଯାନ ରହିପାରିବ ବୋଲି କୁହାଯାଇଛି । ପାର୍କିଂ ନିକଟରେ ପର୍ୟ୍ୟଟକଙ୍କ ସୁବିଧା ପାଇଁ ଟିକଟ ଘର, ପାନୀୟ ଜଳ ସୁବିଧା, ଶୌଚାଳୟ, ଡ୍ରାଇଭର ପ୍ରତୀକ୍ଷା ଗୃହ, ଅଗ୍ନିନିର୍ବାପକ ସୁବିଧା, ସିସିଟିଭି ସହିତ ସୌନ୍ଦର୍ୟ୍ୟକରଣ ପାଇଁ ବଗିଚା ଓ ପୁଷ୍କରିଣୀ ଆଦି କରାଯାଇଛି । ତଳେ ୨୦୦୦ ଦୁଇଚକିଆ ଯାନ ରହିବା ଭଳି ମଧ୍ୟ ସୁବିଧା କରାଯାଇଛି । ଏହା ଦ୍ୱାରା ନନ୍ଦନକାନନ ମୁଖ୍ୟ ରାସ୍ତାରେ ଯାନବାହନ ଭିଡ଼ କମିବା ସହ ଟ୍ରାଫିକ୍‌ ସମସ୍ୟାର ସମାଧାନ ହୋଇପାରିବ. ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡ଼ିଆଖାନାରେ ପରିଣତ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାର୍ୟ୍ୟ କରୁଛି ଏବଂ ଏଥି ପାଇଁ ଏକ ୨୦ ବର୍ଷିଆ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି ।

Also Read  Man arrested for illegally hunting at Chandaka Sanctuary

LEAVE A REPLY

Please enter your comment!
Please enter your name here