ଖାଦ୍ୟରେ ସାମିଲ କରନ୍ତୁ ଏହି ୫ଟି ପରିବା, କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବାରେ ନେଇଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା

0
260
NSUI Activists Protest Against Vegetable Price Hike In Odisha
NSUI Activists Protest Against Vegetable Price Hike In Odisha

କୋଲେଷ୍ଟ୍ରଲ ହେଉଛି ଏକ ଚର୍ବି ବା ନରମ ମହମ ପରି ପଦାର୍ଥ। ଯାହା ଶରୀରର ପ୍ରତ୍ୟେକ କୋଷରେ ରହିଥାଏ। ଏହା ନର୍ଭସ ସିଷ୍ଟମର ସୁରକ୍ଷ୩ କବଚ ଏବଂ ହରମୋନ୍ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରଲ ଅଛି –HDL ଗୁଡ୍ କୋଲେଷ୍ଟ୍ରଲ ଏବଂ LDL ବ୍ୟାଡ୍ କୋଲେଷ୍ଟ୍ରଲ। ବ୍ୟାଡ୍ କୋଲେଷ୍ଟ୍ରଲ ରକ୍ତ ପ୍ରବାହକୁ ରୋକିବା ପାଇଁ କାମ କରିଥାଏ। ଶରୀରରେ ଅଧିକ କୋଲେଷ୍ଟ୍ରଲ ସ୍ତର ହୃଦୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ। ହୃଦୟକୁ ସୁସ୍ଥ ରଖିବା ଏବଂ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବା ପାଇଁ ସୁସ୍ଥ ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ସୁସ୍ଥ ଖାଦ୍ୟ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯଦି ଆପଣ କୋଲେଷ୍ଟ୍ରଲ୍ର ବୃଦ୍ଧି ହେତୁ ସମସ୍ୟାରେ ଅଛନ୍ତି, ତେବେ ଆପଣ ନିଜ ଖାଦ୍ୟରେ କିଛି ସୁସ୍ଥ ପନିପରିବା ଅନ୍ତର୍ଭୁକ୍ତ କରନ୍ତୁ। ଏଥିରୁ ମିଳୁଥିବା ଗୁଣ କୋଲେଷ୍ଟ୍ରଲ, ହୃଦୟ ଏବଂ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା କେଉଁଗୁଡିକ ସେହି ପନିପରିବା…

One Major Side Effect of Eating Onions, Say Dietitians — Eat This Not That

ପିଆଜ :

ଗ୍ରୀଷ୍ମ ଋତୁରେ ପିଆଜ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ପିଆଜରେ ଭଲ ପରିମାଣର ଫାଇବର ମିଳିଥାଏ। ପିଆଜକୁ ନିୟମିତ ଖାଇବା ଦ୍ୱାରା ବ୍ୟାଡ୍ କୋଲେଷ୍ଟ୍ରଲ କମିଥାଏ।

Broccoli Health Benefits: 11 Health Benefits of Broccoli | What are the  Benefits of Eating Broccoli

ବ୍ରୋକୋଲି :

ବ୍ରୋକୋଲି ଏକ ସବୁଜ ପରିବା। ବ୍ରୋକୋଲିରେ ଭରପୂର ଭିଟାମିନ୍ ଏବଂ କ୍ୟାଲୋରୀ କମ୍ ରହିଥାଏ। ଖାଦ୍ୟରେ ବ୍ରୋକୋଲି ଅନ୍ତର୍ଭୁକ୍ତ କରି ଓଜନ ସହିତ କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣରେ ରଖିପାରିବେ।

Sự thật về đậu bắp chữa bệnh khớp? Tác dụng của đậu bắp - ADIVA.COM.VN

ଭେଣ୍ଡୀ :

ଭେଣ୍ଡୀ ଏକ କମ୍ କ୍ୟାଲୋରୀ ପରିବା। ଅଧିକାଂଶ ଲୋକ ଭେଣ୍ଡୀ ଖାଇବାକୁ ପସନ୍ଦ କରନ୍ତି। ଭେଣ୍ଡୀରେ ମିଳୁଥିବା ଉପାଦାନଗୁଡ଼ିକ ବଢିଥିବା କୋଲେଷ୍ଟ୍ରଲକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

Garlic: Proven health benefits and uses

ରସୁଣ :

ରସୁଣରେ ଆଣ୍ଟି-ହାଇପରଲିପେଡେମିଆ ଗୁଣ ରହିଛି। ଯାହା ବ୍ୟାଡ୍ କୋଲେଷ୍ଟ୍ରଲର ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଖାଦ୍ୟରେ ରସୁଣକୁ ମିଶାଇ ଆପଣ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିପାରିବେ। ଆପଣ ଏହାକୁ କଞ୍ଚା ମଧ୍ୟ ଖାଇପାରିବେ।

Benefits of Brinjal : वजन कम करने से लेकर एनीमिया को रोकने तक ये हैं बैंगन  के 5 फायदे | TV9 Bharatvarsh

ବାଇଗଣ :

ବାଇଗଣ ଏପରି ଏକ ପରିବା ଯାହା ଆପଣ ଏହାକୁ ସହଜରେ ବଜାରରେ ପାଇପାରିବେ। ବାଇଗଣରୁ ଅନେକ ପ୍ରକାରର ରେସିପି ପ୍ରସ୍ତୁତ କରାଯାଇପାରେ। ଖାଦ୍ୟରେ ବାଇଗଣକୁ ଅନ୍ତର୍ଭୁକ୍ତ କରି ଆପଣ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିପାରିବେ।

Also Read  ପତଳା ହେବା ପାଇଁ ଖାଦ୍ୟରେ ବ୍ୟବହାର କରନ୍ତୁ ଏହି ଜିନିଷ, ସଙ୍ଗେ ସଙ୍ଗେ ପକାଇବ ପ୍ରଭାବ

LEAVE A REPLY

Please enter your comment!
Please enter your name here