ସୁନ୍ଦରଗଡ଼: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ବନମାଳୀ ନାଏକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଦୁଇ କୋଟି ୭୧ ଲକ୍ଷ ଟଙ୍କା ର ସମ୍ପତ୍ତି ଭିଜିଲାନ୍ସ ଜବତ କରିଛି। ଏହାସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ଜବତ କରିଛି। ସେ ତାଙ୍କ ଆୟ ଠାରୁ ଆହୁରି ୧୭୨% ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଗତକାଲି ବନମାଳୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢ଼ାଉ ବେଳେ ତାଙ୍କ ଠାରୁ ୨.୯୮ ଲକ୍ଷ ନଗଦ ଟଙ୍କା ସହିତ ୧୦.୪୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୁପା ଗହଣା ଜବତ କରାଯାଇଥିଲା। ସେହିପରି ବ୍ୟାଙ୍କ ଜମା ଓ ବୀମା ଜମା ବାବଦକୁ ବନମାଳି ନାଏକଙ୍କର ୬୨.୨୭ ଲକ୍ଷ ଟଙ୍କା ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା। ଭିଜିଲାନ୍ସର ତଦନ୍ତ ଜାରି ରହିଛି। ଗତକାଲି ଚଢ଼ାଉରେ ୫ ଜଣ ଡିଏସ୍ପି, ୭ ଜଣ ଇନ୍ସପେକ୍ଟର, ୪ ଜଣ ଏଏସ୍ଆଇ ଓ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ।