ଆଜି ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୫ତମ ଶ୍ରାଦ୍ଧ ଦିବସ, ନିରାଡମ୍ବର ଭାବେ ପାଳନ କରୁଛି ବିଜେଡି

0
203
today biju-patnaiks-death-anniversary

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ସାରା ରାଜ୍ୟରେ ପାଳନ ହେଉଛି । ବିଜୁବାବୁଙ୍କ ତିରୋଧାନ ଦିବସକୁ ନିରାଡମ୍ବର ଭାବେ ପାଳନ କରୁଛି ବିଜେଡି । ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏଭଳି ମହାନ ବ୍ୟକ୍ତିଙ୍କୁ ମରଣୋତ୍ତର ଭବେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ପ୍ରଦାନ କରିବାକୁ ପୁଣି ଦାବି ଉଠିଛି ।

ଏହି ପୁଣ୍ୟତିଥିରେ ରାଜ୍ୟବାସୀଙ୍କ ସେବା ଉଦ୍ଦେଶ୍ୟରେ ନିଜକୁ ଉତ୍ସର୍ଗ କରିବା ପାଇଁ ଦଳୀୟ କର୍ମୀ ଓ ନେତା ସଂକଳ୍ପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏହା ହିଁ ହେବ ବିଜୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ବିଜୁ ବାବୁ ସାରା ଜୀବନ ଜନସେବାକୁ ସର୍ବାଧିକ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ସମସ୍ତ ନିର୍ବାଚନମଣ୍ଡଳୀର ହେବ ୧୫ ଦିନିଆ ସମୂହ ରକ୍ତଦାନ ଶିବିର । ପ୍ରଥମ ଦିନ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ଶ୍ରାଦ୍ଧ ଦିବସରେ ଭୁବନେଶ୍ବର ଜିଲ୍ଲା ବିଜେଡି ତରଫରୁ ବିନ୍ଦୁ ସାଗରରେ କରାଯାଇଛି ତିଳତର୍ପଣ । ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସଙ୍କ ସମେତ କର୍ପୋରେଟର ଓ ବହୁ ବିଜେଡି କର୍ମୀ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Also Read  ବଡ଼ଭାଇର ମୃତ୍ୟ ଖବର ଶୁଣି ବିଷ ପିଇଦେଇଥିବା ସାନଭାଇର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

LEAVE A REPLY

Please enter your comment!
Please enter your name here