ଆରଟିଆଇ ପରିସରକୁ ଆସିବ ରାଜ୍ୟ ଭିଜିଲାନ୍ସ ବିଭାଗ

0
177
vigilance raid

କଟକ: ସୂଚନା ଅଧିକାର ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ ଭିଜିଲାନ୍ସ ବିଭାଗ । ବିଭାଗର ସମ୍ବେଦନଶୀଳ ଏବଂ ଗୋପନୀୟ ପ୍ରସଙ୍ଗକୁ ବାଦ ଦେଇ ଅନ୍ୟ ସମସ୍ତ ବିଷୟ RTI ପରିସରଭୁକ୍ତ ହେବ। ଏ ସମ୍ପର୍କିତ ୩ ଟି ପୃଥକ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ୨୦୧୬ରେ ଭିଜିଲାନ୍ସକୁ ଆରଟିଆଇ ବାହାରେ ରଖିଥିଲେ ସାଧାରଣ ପ୍ରଶାସନ । ସରକାରୀ ଭାବେ ସୂଚନା ଦେବା ଏକ ସାଧାରଣ କଥା । କିନ୍ତୁ ନଦେବା ଏକ ବ୍ୟତିକ୍ରମ ବୋଲି ଆଜି ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତିକୁ ନେଇ ରୁଜୁ ଏକ ମାମଲାର ବିଚାର କରି ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ ।

Also Read  ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତି ନେଇ ପୋଲିସ ଏଏସଆଇ ସମେତ ୪ ଗିରଫ

LEAVE A REPLY

Please enter your comment!
Please enter your name here