ରାଷ୍ଟ୍ରପତି ନିର୍ବାଚନ: ଆଜି ନାମାଙ୍କନ ପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ

0
466
President Of India Addresses 12th Convocation of Maharaja Sriram Chandra Bhanja Deo University
President Of India Addresses 12th Convocation of Maharaja Sriram Chandra Bhanja Deo University

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଦ୍ରୌପଦୀ ମୁର୍ମୁ ନାମାଙ୍କନ ପତ୍ର ଦାଖଲ କରିବେ । ମୁର୍ମୁଙ୍କ ପାଇଁ ବିଜେପି ନେତାଙ୍କ ସହ ପ୍ରସ୍ତାବକ ଅଛନ୍ତି ଓଡ଼ିଶାର ଦୁଇ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ। ନୋମିନେସନ ସମୟରେ ଏହି ଦୁଇ ମନ୍ତ୍ରୀ ଉପସ୍ଥିତ ରହିବେ । ଦିନ ସାଢ଼େ ୧୨ଟାରେ ନୋମିନେସନ କରିବେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ।

ଏହା ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ବାସଭବନରେ ତାଙ୍କର ନାମାଙ୍କନ ପତ୍ର ପ୍ରସ୍ତୁତ ହୋଇଥିଲା । ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଦିଲ୍ଲୀରେ ପହଞ୍ଚି ଦ୍ରୌପଦୀଙ୍କ ନାମାଙ୍କନରେ ପ୍ରସ୍ତାବକ ଭାବରେ ସ୍ୱାକ୍ଷର କରିଛନ୍ତି ।

Also Read  କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା: ମୁଖ୍ୟ ଷଡ଼ଯନ୍ତ୍ରକାରୀ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ଖାରଜ