କରୋନା ଭଳି ମାରାତ୍ମକ ନୁହେଁ ଟମାଟୋ ଫ୍ଲୁ: ବରିଷ୍ଠ ଚିକିତ୍ସକ ଡାକ୍ତର ନିରଜ ମିଶ୍ର

0
478
Tomato flu is not as deadly as corona

ଭୁବନେଶ୍ବର: ଟମାଟୋ ଫ୍ଲୁ ସଂପର୍କରେ ଅଧିକ ତଥ୍ୟ ପ୍ରଦାନ କରିଛନ୍ତି ବରିଷ୍ଠ ଚିକିତ୍ସକ ଡାକ୍ତର ନିରଜ ମିଶ୍ର। ସେ କହିଛନ୍ତି, ଟମାଟୋ ଫ୍ଲୁ ବୋଲି କୁହାଯାଉଥିବା ରୋଗଟିକୁ ପ୍ରକୃତରେ ହାଣ୍ଡ ଫୁଟ୍ ଆଣ୍ଡ ମାଉଥ ରୋଗ ବୋଲି କୁହାଯାଏ। ସାଧାରଣତଃ ୫ ବର୍ଷରୁ କମ୍ ଶିଶୁମାନଙ୍କ ପାଖରେ ଏ ରୋଗ ଦେଖିବାକୁ ମିଳେ। ଏହା ଏକ ସଂକ୍ରମିତ ରୋଗ। ରୋଗୀର ସଂସ୍ପର୍ଶରେ ଆସିଲେ ରୋଗ ଟି ବ୍ୟାପିଥାଏ। କରୋନା ଭଳି ଏହି ରୋଗ ମାରାତ୍ମକ ନୁହେଁ କେବଳ ୧୦ ଦିନରେ ହିଁ ରୋଗ ଭଲ ହେଉଛି।

କ୍ବଚିତ୍ ଘଟଣାରେ ରୋଗୀକୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼େ। ଏହି ରୋଗ ୩ ଟି ଭାଇରସ ଦ୍ବାରା ବ୍ୟାପିଥାଏ। ଏଗୁଡ଼ିକ ହେଲା କୋକସାକି ଭାଇରସ ଏ ୧୬, କୋକସାକି ଭାଇରସ ଏ ୬,ଏଣ୍ଟେରୋ ଭାଇରସ ୭୧ (ଇଭି-ଏ ୭୧) ଦ୍ଵାରା ରୋଗ ଟି ହୋଇଥାଏ। ଇଭି-ଏ ୭୧ ଦ୍ଵାରା ହେଉଥିବା ସଂକ୍ରମଣରେ ରୋଗୀର ହାର୍ଟ ଓ ବ୍ରେନକୁ ପ୍ରଭାବ ପଡ଼ିଥାଏ।

Also Read  Odisha reports 441 new Covid-19 cases; 205 cases from Khurda District