କମିଶନରେଟ ପୋଲିସର କଳାକାଚ କ୍ଳିନ୍ ଅଭିଯାନ: କାରରେ ଲାଗିବନି କଳା କାଚ, ଲାଗିଲେ ଗଣିବେ ୫୦୦ ଟଙ୍କା ତଣ୍ଡ

0
1212
if-you-have-black-glass-in-the-car-you-will-be-fined-rs-500-in-twin-city

ଭୁବନେଶ୍ୱର: ଟୁଇନ୍ ସିଟିରେ ଆରମ୍ଭ ହେଲା କାରରୁ କଳାକାଚ କ୍ଳିନ୍ ଅଭିଯାନ। ଏଣିକି ରାସ୍ତାରେ ଗଡିବନି କଳାକାଚ ଲାଗିଥିବା କାର। ଅପରାଧୀମାନେ କଳାକାଚ ଲାଗିଥିବା କାର୍‌ ଯୋଗେ ସହଜରେ ଅପରାଧ ଘଟାଇ ଖସିଯାଉଥିଲେ। ଅପରାଧ ରୋକିବାକୁ କମିଶନରେଟ ପୋଲିସ ଆରମ୍ଭ କଲା ଏପରି ସ୍ୱତନ୍ତ୍ର ଅଭିଯାନ । କଳା କାଚ ଲାଗିଲେ ଗାଡି ମାଲିକ ଗଣିବେ ୫୦୦ ଟଙ୍କା ତଣ୍ଡ । ଏପର୍ଯ୍ୟନ୍ତ ୫୧ଟି ଗାଡ଼ିରୁ ଜରିମାନା ଆଦାୟ ହୋଇଛି । ଆଗକୁ ଆହୁରି ଜୋରଦାର କଡ଼ାକଡ଼ି ହେବ । ଏହି ସୂଚନା ଦେଇଛନ୍ତି ଟ୍ରାଫିକ ACP ସ୍ୱସ୍ତିକ ପଣ୍ଡା । ବାରମ୍ବାର ନିୟମ ଭାଙ୍ଗିଲେ ଗାଡ଼ି ସିଜ୍‌ ହେବ ।

Also Read  Lady conductors to lead the safety bandwagon in ‘Mo Bus’