ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧା ବାଟରେ ଅଟକିଲା କେବଲ କାର, ମଝି ଆକାଶରେ ଫସିଲେ ପର୍ଯ୍ୟଟକ

0
157
tourists-trapped-in-cable-car-trolley-in-parwano-in-himachal-pradesh

ନୂଆଦିଲ୍ଲୀ: ମହଙ୍ଗା ପଡିଲା କେବଲ କାରରେ ପ୍ରକୃତିର ମଜା ନେବା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ କେବଲ କାର ଖରାପ ହେବାରୁ ମଝି ଆକାଶରେ ଫସିଲେ ପର୍ଯ୍ୟଟକ । ହିମାଚଳ ପ୍ରଦେଶ ପରୱାନୋ ଠାରେ ପର୍ଯ୍ୟଟକମାନେ କେବୁଲ କାର୍‌ରେ ଯ।ତ୍ରା କରୁଥିବା ବେଳେ ଯାନ୍ତ୍ରିକ ସମସ୍ୟା ଯୋଗୁ ତାଙ୍କ କେବୁଲ କାର୍‌ଟି ମଝି ଆକାଶରେ ଝୁଲି ରହିଛି । କେବୁଲ କାର ଟ୍ରଲିରେ ଫସି ରହିଛନ୍ତି ୧୧ ପର୍ଯ୍ୟଟକ। ସେମାନଙ୍କ ମଧ୍ୟରେ ୨ଜଣ ବରିଷ୍ଠ ନାଗରିକ ଓ ୪ଜଣ ମହିଳା ଅଛନ୍ତି। ଦେଢ ଘଣ୍ଟା ଧରି ସେମାନେ ସେଠାରେ ଫସି ରହିଛନ୍ତି। ଫସି ରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଅନ୍ୟ ଏକ କେବୁଲ କାର ଟ୍ରଲି ପଠାଇ ସେମାନଙ୍କୁ ଉଦ୍ଧାର କରାଯାଉଛି । ଏଯାଏଁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ନେଇ ସୂଚନା ମିଳିଛି ।

Also Read  ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଆଜୀବନ ସଜ୍ଜା ଭୋଗୁଥିବା ଏ.ଜି. ପେରାରୀବଲନ୍‌ଙ୍କୁ ମୁକ୍ତ କରିବାଲାଗି ଆଦେଶ ଦେଲେ ସୁପ୍ରିମ୍‌ କୋର୍ଟ

LEAVE A REPLY

Please enter your comment!
Please enter your name here